thumbnail

ଅବ୍ୟବସ୍ଥା ଘେରରେ ସମବାୟ ସମିତି, ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

By ETV Bharat Odisha Team

Published : Oct 13, 2023, 9:53 PM IST

ବୌଦ୍ଧ: ଦୟନୀୟ ଅବସ୍ଥାରେ ଚାଲିଛି ସମବାୟ ସମିତିର କାର୍ଯ୍ୟାଳୟ । ଜିଲ୍ଲାର ଅଧିକାଂଶ ସମିତିର କାର୍ଯ୍ୟାଳୟ ଘର କିମ୍ବା ଜାଗା ନଥିବାରୁ କେତେକ ସମିତି କାର୍ଯ୍ୟାଳୟ ଭଡ଼ାଘରେ ଚାଲିଛି । ଚାଷୀଙ୍କୁ ବର୍ଷ ତମାମ ସେବା ଯୋଗାଇଥିବା ସମବାୟ ସମିତିର ମୁଣ୍ଡ ଉପରେ ଖଣ୍ଡିଏ ଭଲ ଛାଉଣୀ ନଥିବା ବେଳେ ଗତ ୨୦୧୭ ମସିହା ଠାରୁ ଧାନକ୍ରୟର କମିଶନ ପାଉଣା ମିଳି ନଥିବା ଅଭିଯୋଗ ହୋଇଛି । ଆଜି ଏ ସମ୍ପର୍କରେ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
 

ପ୍ୟାକ୍ସ ସଂଘ ସଭାପତି ପୟୋଧର ମହାକୁଡ଼ କହିଛନ୍ତି,‘‘ବହୁବିଧ ସମସ୍ୟା ଘେରରେ ଜିଲ୍ଲାର ସମବାୟ ବିଭାଗ ରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ୪୨ ଗୋଟି ପ୍ୟାକ୍ସ ବା ସେବା ସମବାୟ ସମିତି ରହିଛି । ଗ୍ରାମାଞ୍ଚଳରେ ଚାଷୀଙ୍କୁ ସରକାରୀ ସହାୟତା ତଥା ଋଣ ଦେଣନେଣ କାର୍ଯ୍ୟରେ ସହଯୋଗ କରୁଥିବା ସମବାୟ ବିଭାଗ ବର୍ତ୍ତମାନ ନିଜେ ସମସ୍ୟା ଘେରରେ ରହିଛି । ସମବାୟ ସମିତି ଜରିଆରେ ସରକାର ଚାଷୀମାନଙ୍କ ଠାରୁ ଧାନକ୍ରୟ କରୁଥିଲେ ମଧ୍ୟ ଗତ ୨୦୧୭ ଠାରୁ ସମବାୟ ସମିତିର କମିଶନ ଅର୍ଥ ମିଳିନାହିଁ । ଚଳିତ ବର୍ଷ ପୁଣିଥରେ ଆଗକୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ବକୟା ପାଉଣା ନଦେଲେ ଏଥର ଧାନ ବିକ୍ରି ବନ୍ଦ କରିବାର ଚେତାବନୀ ଦେଇଛନ୍ତି । 

ଅଧିକ ପଢନ୍ତୁ...ମନମୁଣ୍ଡାରେ ମାଳ ମାଳ ସମସ୍ୟା, ଜିଲ୍ଲାପାଳଙ୍କୁ ଭେଟିଲା ନାଗରିକ ମଞ୍ଚ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.