thumbnail

By ETV Bharat Odisha Team

Published : Oct 24, 2023, 11:04 PM IST

ETV Bharat / Videos

Vijaya Dashami: ଶୋଭାଯାତ୍ରାରେ ସାମିଲ ହେଲେ ଯୋଗୀ ଆଦିତ୍ବନାଥ

ଗୋରଖପୁର: ଶାରଦୀୟ ଦୂର୍ଗା ପୂଜାର ଆଜି ଥିଲା ଅନ୍ତିମ ଦିବସ ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ଜୟ । ସାରା ଦେଶରେ ପାଳିତ  ହୋଇଛି ବିଜୟା ଦଶମୀ । ଗୋରଖପୁର ସ୍ଥିତ ଗୋରଖନାଥ ମଠରେ ମଧ୍ୟ ଆୟୋଜିତ ହୋଇଛି ବିଜୟା ଦଶମୀ ଶୋଭାଯାତ୍ରା । ଶୋଭାତ୍ରାରେ ସାମିଲ ହୋଇଛନ୍ତି ମଠର ମହନ୍ତ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ । ଏକ ବିଶାଳ ଭବ୍ୟ ଶୋଭାଯାତ୍ରାରେ ଯୋଗୀ  ଏକ ରଥ ଉପରେ ବସି ମଠକୁ ଆସିଥିଲେ ।  ପରେ ଯୋଗୀ ଆଦିତ୍ବନାଥ ପ୍ରଭୁ  ରାମ, ମାତା ଜାନକୀ, ଅନୁଜ ଲକ୍ଷ୍ମଣ ଓ ପରମ ଭକ୍ତ ବୀର ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଶୋଭାୟାତ୍ରାରେ ଶହ  ଶହ ସଂଖ୍ୟାରେ ସାଧୁ ସନ୍ଥ, ସାଧାରଣ ଜନତା, ଗୋରଖନାଥ ମଠର କର୍ମଚାରୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ । ଦେଖନ୍ତୁ ବିଜୟା ଦେଶମୀ ଅବସରରେ ଯୋଗୀ ଆଦିତ୍ବନାଥଙ୍କ ଶୋଭାଯାତ୍ରା।

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.