ବିଲେଇ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କ କଥାବାର୍ତ୍ତା ! - ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ
🎬 Watch Now: Feature Video
ହାଇଦ୍ରାବାଦ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୱନାତ ଓ ବିଲେଇ ମଧ୍ୟରେ କଥାବାର୍ତ୍ତାର ଭିଡିଓ ଭାଇରାଲ । ଭାଇରାଲ ଭିଡଓରେ ଯୋଗୀ ଏକ ସୋଫା ଉପରେ ଶୋଇଥିବା ବିଲେଇକୁ ପଚାରୁଛନ୍ତି ‘‘କ’ଣ ତୁ ଖାଇବୁ?” ଆଉ ଅତି ସ୍ନେହରେ ବିଲେଇକୁ ଆଉଁସି ଦେଉଛନ୍ତି ଯୋଗୀ । କୁହାଯାଉଛି ଭିଡିଓଟି ହେଉଛି ଯୋଗୀଙ୍କ ଗୋରଖନାଥ ମଠର ।
ନିକଟରେ ଯୋଗୀ ଆଦିତ୍ୟନାଥ ନିଜ ମଠ ଗୋରଖନାଥ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ବେଳେ ଯୋଗୀ ଏକ ସୋଫାରେ ବସିବା ପାଇଁ ଯାଉଥିବା ବେଳେ, ଦେଖିଥିଲେ ପାଖ ସୋଫାରେ ଏକ ବିଲେଇ ଶୋଇ ଆରାମ କରୁଥିଲା । ଯାହାକୁ ଦେଖି ଯୋଗୀ ବିଲେଇ ପାଖକୁ ଯାଇ ପଚାରିଥିଲେ, ‘‘କ’ଣ ତୁ ଖାଇବୁ? ବିଲେଇଟି ଯୋଗୀଙ୍କୁ ଦେଖି ଉଠି ଚାଲିଯିବା ପରିବର୍ତ୍ତେ, ଆହୁରି ଆରାମରେ ପୁରା ନିର୍ଭୟରେ ଶୋଇପଡୁଛି । ଯୋଗୀ ବିଲେଇକୁ ଦେଖି ଆଉଁସି ଦେଉଛନ୍ତି ।
ଯୋଗୀଙ୍କ ଏହି ପଶୁ ପ୍ରେମ କୌଣସି ନୂଆ ନୁହେଁ । ପୂର୍ବରୁ ମଧ୍ୟ କେବେ ଗାଇଙ୍କୁ ଖାଦ୍ୟ ଦେବା, କେବେ ମୟୁରଙ୍କ ସହ ବୁଲିବା, ବାଘ ଛୁଆଙ୍କୁ ଖୀର ଦେବା ଭଳି ଭିଡିଓ ଆସିଥାଏ । ଯୋଗୀ ଜଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ପଶୁ ପକ୍ଷୀ ପ୍ରତି ଥିବା ନିଜର ଭଲ ପାଇବାକୁ କେବେ ଭୁଲିନାହାଁନ୍ତି ।
ସୂଚାନଯୋଗ୍ୟଯେ ଯୋଗୀ ଆଦିତ୍ୟନାଥ ପ୍ରତି ମାସରେ ଗୋରଖପୁର ମଠ ଗସ୍ତରେ ଯାଇଥାନ୍ତି । ମଠରେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ଆଶୀର୍ବାଦ ନେଇଥାନ୍ତି । ଏତଦ ବ୍ୟତୀତ ଜନତା ଦରବାର, ଗୋସେବା, ସାମାଜିକ କର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥାନ୍ତି । ଯାହା ଯୋଗୀ ଗୋରଖନାଥ ମଠର ମଠାଧିଶ ହେବା ପୂର୍ବରୁ ଚାଲିଆସୁଛି । ଗୋରଖନାଥ ମଠରେ ଗାଇ ସହ ଏକାଧିକ ପ୍ରଜାତିର ପଶୁପକ୍ଷୀ ଅଛନ୍ତି । ଯୋଗୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରେ ଥିଲେ ସୁଦ୍ଧା ପ୍ରତିଦିନ ସମୟ ବାହାର କରି ଗୋରଖନାଥ ମଠର ବିଭିନ୍ନ କାର୍ଯ୍ୟ ତଦାରଖ କରିଥାନ୍ତି ।