thumbnail

Coromandel Express Mishap Update: ମୁଖ୍ୟମନ୍ତ୍ରୀଙ୍କଠୁ ସ୍ଥିତିକୁ ନେଇ ଅବଗତ ହେଲେ ପ୍ରଧାନମନ୍ତ୍ରୀ

By

Published : Jun 2, 2023, 11:02 PM IST

ଭୁବନେଶ୍ବର: ବାଲେଶ୍ବର ବାହାନାଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଦୁର୍ଘଟଣା ପରେ ଜୋରସୋର୍‌ରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରି୍‌ସି ପ୍ରଦୀପ ଜେନା । ନଜେ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚି ଏସ୍‌ଆରସିଙ୍କ ସହ ଘଟଣାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ କରିବା ସହ ଘଟଣାର ସମୀକ୍ଷା କରିଥିବା ଓ ସକାଳେ ନିଜେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.