ଅନ୍ତିମ ସନ୍ଧ୍ୟାରେ ପଇଁରୀ, ବିଭିନ୍ନ ରାଜ୍ୟର ଲୋକନୃତ୍ୟରେ ଝୁମିଲେ ଦର୍ଶକ - ପଇଁରୀ ତିହାରର ଉଦଯାପନୀ ସନ୍ଧ୍ୟା
🎬 Watch Now: Feature Video
ସୁବର୍ଣ୍ଣପୁର: ଗତ ତିନି ଧରି ସୁବର୍ଣ୍ଣପୁରରେ ଚାଲିଥିବା ପଇଁରୀ ତିହାରର ଉଦଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ପଡ଼ିଥିଲା ସହରର ପୁରୁଣା ଟାଉନ ହଲ ପଡିଆ । ଏହି ସାଂସ୍କୃତିକ ମହାକୁମ୍ଭରେ ପଶ୍ଚିମ ଓଡିଶାର ଲୋକ ନୃତ୍ୟରେ ଦୁଲୁକି ଉଠିଥିଲା ମଞ୍ଚ । ବାହାର ରାଜ୍ୟରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ। ପରେ ରସରକେଲି,ଡାଲଖାଇ, ମାଏଲାଜଡ, ଚୁଟୁକୁଚୁଟା, ବଜାସାଲ ଆଦି ଲୋକନୃତ୍ୟ ଗୀତରେ ବିମୋହିତ ହୋଇଥିଲେ ଦେଖଣାହାରୀ । ସେହିପରି ପଞ୍ଜାବ, ହରିଆଣା ଓ ପଶ୍ଚିମବଙ୍ଗରୁ ଆସିଥିବା କଳାକାରମାନଙ୍କ ଦ୍ବାରା ପରିବେଷଣ ଲୋକନୃତ୍ୟ ଦେଖଣାହାରୀଙ୍କୁ ବିଳମ୍ବିତ ରାତି ଯାଏ ବାନ୍ଧି ରଖିଥିଲା ।
Last Updated : Feb 3, 2023, 8:38 PM IST