ଉଦଯାପିତ ହେଲା ଲୋକ ମହୋତ୍ସବ ମଣ୍ଡେଇ - ଉଦଯାପିତ ହେଲା ମଣ୍ଡେଇ ମହୋତ୍ସବ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 13, 2023, 9:19 AM IST
ନବରଙ୍ଗପୁର: ଉଦଯାପିତ ହେଲା ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ । ଗତ ୧୦ ତାରିଖଠାରୁ ଆରମ୍ଭ ହୋଇଥିବା ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦଯାପିତ ହୋଇଯାଇଛି । ଶେଷ ଦିନରେ ସ୍ଥାନୀୟ କଳାକାର ମଣ୍ଡେଇ ଗ୍ରୁପର କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦିପ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗା ବିଧାୟକ ମନୋହର ରନ୍ଧାରୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଗତକାଲି ଏହି ମହୋତ୍ସବକୁ ଦର୍ଶକ ଦେଖିବା ସହ ଉପଭୋଗ କରିଥିଲେ । ଏଥିସହ କଳାକାରଙ୍କ ଗୀତର ତାଳେତାଳେ ଝୁମି ଉଠିଥିଲେ । ମଣ୍ଡେଇର ମୁଖ୍ୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିବା ବେଳେ ଆଉ ଦୁଇ ଦିନ ପଲ୍ଲୀଶ୍ରୀ ମେଳା ଚାଲୁ ରହିବ ।
ଏହା ମଧ୍ୟ ପଢନ୍ତୁ- ମଣ୍ଡେଇ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା; କଣ୍ଠଶିଳ୍ପୀ ରୋହନଙ୍କ ଗୀତରେ ଝୁମିଲେ ଦର୍ଶକ
ଇଟିଭି ଭାରତ, ନବରଙ୍ଗପୁର