ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
🎬 Watch Now: Feature Video
Cleaning Program Organized For upcoming Ram Mandir inauguration : ଖୋର୍ଦ୍ଧା: ଆସନ୍ତା 22 ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏହା ପୁର୍ବରୁ ବିଭିନ୍ନ ମନ୍ଦିର ପରିସରରେ ଭାରତୀୟ ଜନତା ଦଳ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ଖୋର୍ଦ୍ଧା ନିକଟସ୍ଥ ବେରୁହାଁର ମା’ ଜାଗୁଳେଇ ମନ୍ଦିର ପରିଷରକୁ ବିଜେପି ପକ୍ଷରୁ ସଫା ସୁତୁରା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.... ମକରରେ ମାଞ୍ଜା ସୂତାକୁ ନା, ଖୋଲା ସ୍ଥାନରେ ଉଡାନ୍ତୁ ଗୁଡି
ତେବେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ବିଜେପି ପକ୍ଷରୁ କରାଯାଉଛି । ତେବେ ଆଜି ମା’ ଜାଗୁଳେଇ ମନ୍ଦିର ପରିଷର ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସହ ପ୍ରଭାରୀ ସାଂସଦ ବିଜୟ ପାଲ ସିଂହ ତୋମାର ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ବିଜେପି ନେତା ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ’’ଆଜି ରବିବାରଠାରୁ ଆସନ୍ତା 22 ତାରିଖ ପ୍ରଭୁ ରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପର୍ଯ୍ୟନ୍ତ ଦେଶରେ ଥିବା ପ୍ରତି ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଭୁ ରାମଙ୍କୁ ନେଇ ଆମ ଭକ୍ତି ଭାବ ପଦର୍ଶନ କରିବା ପାଇଁ ଏହା ଏକ ଅମୃତ ମୁହୂର୍ତ୍ତ ।’’
ସେହିପରି ରାଜ୍ୟରେ ଚାଲିଥିବା ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କହିଛନ୍ତି, ’’ରାଜ୍ୟ ସରକାର ଜଣେ ମାଂସାହାରୀ ମହିଳାଙ୍କୁ ନେଇ ଏହାର ପ୍ରଚାର ପ୍ରସାର କରୁଛନ୍ତି । ଜଗନ୍ନାଥଙ୍କ ପ୍ରତି ଆମର ଆସ୍ଥା ରହିଛି କିନ୍ତୁ ରାମ ମନ୍ଦିର କାର୍ଯ୍ୟକ୍ରମକୁ ଦେଖି ଏଭଳି ଓଡିଶା ସରକାର କରିଛନ୍ତି ।’’ ସେହିଭଳି ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ ରାମ ମନ୍ଦିର ପ୍ରତିଷ୍ଠା କରିନଥିବା କହିଛନ୍ତି । ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ବିଜେପି ରାଜ୍ଯ ସଂଗଠନ ସଂପାଦକ ମାନସ କୁମାର ମହାନ୍ତି, ବିଜେପିର ବରିଷ୍ଠ ନେତା ସୁଦୀପ୍ତ ରାୟ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର, କାଳୁ ଖଣ୍ଡାୟତରାୟ ପ୍ରମୁଖ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା