ETV Bharat / sports

ବାରବାଟୀ ରଣଜୀ ଫାଇଟ୍: କର ବା ମର ସ୍ଥିତିରେ ଓଡ଼ିଶା - ODISHA VS MAHARASHTRA RANJI TROPHY

ଆସନ୍ତାକାଲି ରଣଜୀ ଫାଇଟ୍ । କଟକ ବାରବାଟୀରେ ମୁହାଁମୁହିଁ ହେବେ ଓଡ଼ିଶା ଏବଂ ମହାରାଷ୍ଟ୍ର ।

ODISHA VS MAHARASHTRA RANJI TROPHY
ODISHA VS MAHARASHTRA RANJI TROPHY (ETV Bharat Odisha)
author img

By ETV Bharat Odisha Team

Published : Nov 12, 2024, 8:42 PM IST

କଟକ: ଆସନ୍ତାକାଲି ବାରବାଟୀରେ ରଣଜୀ ଟ୍ରଫିର ବିଗ ଫାଇଟ । କର ବା ମର ସ୍ଥିତିରେ ଓଡିଶା । 4ଟି ମ୍ୟାଚରୁ ବିଜୟ ଶୂନ୍ୟ ଥିବା ଘରୋଇ ଟିମ ଏବେ ବିଜୟ ଲକ୍ଷ୍ୟ ପାଇଁ ଆଜି ଅଣ୍ଟା ଭିଡ଼ିଛି । ଅନ୍ୟପଟେ ମହାରାଷ୍ଟ୍ର ମଧ୍ୟ ଏହି ମ୍ୟାଚକୁ ଜିତି କ୍ୱାଟର ଫାଇନଲରେ ପ୍ରବେଶ କରିବା ପାଇଁ ଆଜି କରିଛି ଜୋରଦାର ଅଭ୍ୟାସ ।ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଟପ୍ ରହିବ ବୋଲି ଆଶା କରାଯାଉଛି ।

ODISHA VS MAHARASHTRA RANJI TROPHY (ETV Bharat Odisha)

ବିଜୟ ଲକ୍ଷ୍ୟରେ ଓଡିଶା ଦଳ:

ବାରବାଟୀରେ ଓଡିଶା ପାଇଁ ସୁଯୋଗ । ରଣଜୀ ଟ୍ରଫିରେ ବିଜୟ ସ୍ୱାଦ ଚାଖିବା ଅପେକ୍ଷାରେ ଟିମ ଓଡ଼ିଶା । ଆସନ୍ତାକାଲି ଘରୋଇ ମାଟିରେ କର ବା ମର ମ୍ୟାଚକୁ ଓହ୍ଲାଇବ ଓଡିଶା । ଯାହା ପାଇଁ ଆଜି ପ୍ରସ୍ତୁତି ଜୋରଦାର ରଖିଛି ଓଡ଼ିଶା ଟିମ । ଉଭୟ ବୋଲିଂ ଓ ବ୍ୟାଟିଂ ଲାଇନ ଅପକୁ ସୃଦୃଢ କରିବା ପାଇଁ ଆଜି ନେଟସରେ ଝାଳ ବୁହାଇଛି ଦଳ । ଯଦି ଓଡ଼ିଶାର ଏଯାବତ୍ ରଣଜୀ ଅଭିଯାନକୁ ନଜର ଦିଆଯାଏ , ତେବେ ମୋଟ 4ଟି ମ୍ୟାଚ ଖେଳି ଏଯାବତ ବିଜୟ ଶୂନ୍ୟ ରହିଛି ।

ସପ୍ତମ ସ୍ଥାନରେ ଓଡିଶା:

ପ୍ରଥମ ମ୍ୟାଚ ତ୍ରିପୁରା ସହ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା ପରେ ଜମ୍ମୁ କାଶ୍ମୀର ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଓଡିଶା ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଯାହା କ୍ରୀଡ଼ା ପ୍ରେମୀମାନଙ୍କୁ ନିରାଶ କରିଥିଲା । ବରୋଦା ବିପକ୍ଷରେ ଗୋଟିଏ ଇନିଂସ ଓ 93 ରନ ପରାଜୟ ଓ ମୁମ୍ବାଇ ବିପକ୍ଷରେ ସମାନ ଭାବରେ ଏକ ଇନିଂସ ସହ 103ରେ ଲଜ୍ଜାଜନକ ପରାଜୟ ହୋଇଥିଲା ଟିମ ଓଡିଶା । ଚଳିତ ସିଜିନରେ ଖେଳିଥିବା ଚାରି ମ୍ୟାଚରେ 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଓଡିଶା ।

ଏହା ମଧ୍ୟ ପଢନ୍ତୁ ...ODIରେ ବିଶ୍ବ ରେକର୍ଡ, ସଚିନ-ବିରାଟଙ୍କୁ ପଛରେ ପକାଇଲେ ଆଫଗାନିସ୍ତାନ ବ୍ୟାଟର

ଏହା ମଧ୍ୟ ପଢନ୍ତୁ ...'ମୋତେ ସ୍ବାଧୀନତା ଦରକାର', କାହିଁକି ଏମିତି କହିଲେ କେଏଲ ରାହୁଲ ?

ଏହା ମଧ୍ୟ ପଢନ୍ତୁ ...ସେଲିବ୍ରିଟି ପରିବାରରେ ମିଷ୍ଟରରୁ ମିସ୍: କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅଙ୍କ ଲିଙ୍ଗ ପରିବର୍ତ୍ତନ

ବିଜୟ ଆଶାରେ ମହାରାଷ୍ଟ୍ର:

ଅନ୍ୟପଟେ ବିପକ୍ଷ ଦଳ ଭାବରେ ମହାରାଷ୍ଟ୍ର ମଧ୍ୟ ଏହି ମ୍ୟାଚକୁ ଜିତି କ୍ୱାଟର ଫାଇନାଲରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛି । ଅଧିନାୟକ ଅଙ୍କିତ ବାୱନେ କହିଛନ୍ତି,"ଚଳିତବର୍ଷ ରଣଜୀ ଟ୍ରଫି ସବୁ ଟିମ ପାଇଁ ଟପ୍ ରହିଛି । ମହାରାଷ୍ଟ୍ର ଏଯାବତ 4ଟି ମ୍ୟାଚରୁ ଗୋଟିଏ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଛି । ବାରବାଟୀ ଓଡିଶାର ଘରୋଇ ମାଟି ହୋଇଥିବାରୁ ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ । କିନ୍ତୁ ବିଗତ ଦିନରେ ବାରବାଟୀରେ ବିଭିନ୍ନ ଫର୍ମାଟ କ୍ରିକେଟ ଖେଳିଥିବାରୁ ଦଳ ନିଶ୍ଚୟ ଏଠାରେ ବିଜୟ ଲାଭ କରିବ ବୋଲି ଆଶା ରଖିଛୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.