ETV Bharat / technology

ଆପଣଙ୍କ ଅଞ୍ଚଳର ପବନ କେତେ ସୁରକ୍ଷିତ ? AQIର ଲାଇଭ ଅପଡେଟ ଦେବ Google Maps - AIR QUALITY INDEX

ଗୁଗଲ୍‌ ମ୍ୟାପ୍ସ ଏବେ ନାଭିଗେସନ ସହିତ ପରିବେଶ ସମ୍ପର୍କିତ ମହତ୍ତ୍ବପୂର୍ଣ୍ଣ ସୂଚନା ମଧ୍ୟ ଦେବ । ଏଥିପାଇଁ ଏକ ନୂଆ ଫିଚର ଆଣିଛି ଆପ୍‌ । କେମିତି କାମ କରିବ ଜାଣନ୍ତୁ...

GOOGLE MAPS NEW FEATURE
GOOGLE MAPS NEW FEATURE (Credit- Google)
author img

By ETV Bharat Tech Team

Published : Nov 12, 2024, 5:45 PM IST

ହାଇଦ୍ରାବାଦ: ଲୋକପ୍ରିୟ ନାଭିଗେସନ ଆପ୍‌ ଗୁଗଲ୍‌ ମ୍ୟାପ୍ସ ଏକ ଗେମ୍‌-ଚେଞ୍ଜିଂ ଫିଚର ଲଞ୍ଚ କରିବାକୁ ଯାଉଛି । ଯେଉଁଥିରେ ବ୍ୟବହାରକାରୀ ଯେକୌଣସି ସ୍ଥାନର ରିଅଲ-ଟାଇମ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା (AQI) ଜାଣିପାରିବେ । 2 ବିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତାଙ୍କ ସହିତ ଗୁଗଲ୍‌ ମ୍ୟାପ୍ସ ଏବେ ପରିବେଶ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରିବ । ଯାହାଦ୍ବାରା ଲୋକେ ନିଜ ସ୍ବାସ୍ଥ୍ୟ ଓ ବାହାର ଗତିବିଧି ସମ୍ବନ୍ଧୀୟ ଉଚିତ ନିଷ୍ପତ୍ତି ନେବାରେ ସକ୍ଷମ ହେବେ ।

କଣ ମିଳିବ ସୁବିଧା ?

ଗୁଗଲ୍‌ ମ୍ୟାପ୍ସର ନୂଆ AQI ଫିଚର ଚଳିତ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ଯାହାକି ଦୁନିଆର 100ରୁ ଅଧିକ ଦେଶର ପ୍ରତି ଘଣ୍ଟାର ଅପଡେଟଡ ବାୟୁ ଗୁଣବତ୍ତା ସୂଚନା ପ୍ରତିଟି ଉପଭୋକ୍ତାଙ୍କ ନିକଟରେ ଉପଲବ୍ଧ କରାଇବ । ଏହି ଫିଚରକୁ ଭଲ ଭାବେ ବୁଝିବା ଲାଗି ଆପ୍‌ରେ ବିଭିନ୍ନ ରଙ୍ଗ ଦ୍ବାରା କୋଡ୍‌ ଦିଆଯାଇଛି । AQI ସ୍କେଲ 0ରୁ 500 ପର୍ଯ୍ୟନ୍ତ ମପାଯାଏ, ଯାହାକି ପବନରେ ପ୍ରଦୂଷଣର ମାତ୍ରାକୁ ଦର୍ଶାଇଥାଏ । ଯେପରିକି:

  • 0-50: ଭଲ (ସବୁଜ)
  • 51-100: ସନ୍ତୋଷଜନକ (ହାଲୁକା ସବୁଜ)
  • 101-200: ମଧ୍ୟମ (ହଳଦିଆ)
  • 201-300: ଖରାପ (କମଳା)
  • 301-400: ବହୁତ ଖରାପ (ନାଲି)
  • 401-500: ଗମ୍ଭୀର (ଗାଢ ନାଲି)
GOOGLE MAPS NEW FEATURE
GOOGLE MAPS NEW FEATURE (Credit- Google)
ଏହା ବି ପଢନ୍ତୁ
  1. Google Maps ଆଣିଲା AI ଫିଚର; ମିଳିବ ଉନ୍ନତ ନାଭିଗେସନ୍ ଟିପ୍ସ
  2. କୌଣସି ବି ସ୍ଥାନର ଦେଖିପାରିବେ ପୁରୁଣା କାଳର ଫଟୋ; Google Maps ଆଣିଲା Time Machine ଫିଚର

ନୂଆ ଫିଚରର ବ୍ୟବହାର କିପରି କରିବେ ?

ଆପଣଙ୍କ ଅଞ୍ଚଳ କିମ୍ବା ଅନ୍ୟ କୌଣସି ସହର ବା ଆପଣ କୌଣସି ସ୍ଥାନକୁ ଯାଉଥିଲେ ଏହାର ବାୟୁ ଗୁଣବତ୍ତା ନିମ୍ନଲିଖିତ ପ୍ରକ୍ରିୟା ଅନୁସରଣ କରି ଯାଞ୍ଚ କରନ୍ତୁ:

  • ଗୁଗଲ ମ୍ୟାପ୍ସ ଆପ୍‌ ଖୋଲନ୍ତୁ ।
  • ଉପର ଡାହାଣ ପାଖରେ ଥିବା Layers ଆଇକନ୍‌ ଉପରେ ଟାପ୍‌ କରନ୍ତୁ ।
  • ଅପସନ ମଧ୍ୟରୁ 'AQI' ଚୟନ କରନ୍ତୁ ।

AQI ସ୍ତରରୁ ବୁଝନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ହିତକର ?

ଗୁଗଲ୍‌ ମ୍ୟାପ୍ସରେ ବାୟୁ ଗୁଣବତ୍ତାର ଗମ୍ଭୀରତା ଆଧାରରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥାନ୍ତି ।

  • ଭଲରୁ ସନ୍ତୋଷଜନକ (0-100): ସମସ୍ତ ଗତିବିଧି ଲାଗି ସୁରକ୍ଷିତ ।
  • ମଧ୍ୟମ (101-200): ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ବାହାରେ ରହିବାଠୁ ଦୂରେଇ ରହିବା ଉଚିତ ।
  • ଖରାପ ବା ଗମ୍ଭୀର (201-500): ବାହାରକୁ ଯିବା ଆସିବା କମ କରନ୍ତୁ ଓ ଘର ଭିତରେ ବି ମାସ୍କ ଲଗାନ୍ତୁ କିମ୍ବା ଏୟାର ପ୍ୟୁରିଫାୟାରର ଉପଯୋଗ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.