thumbnail

By

Published : Nov 1, 2022, 11:04 PM IST

Updated : Feb 3, 2023, 8:31 PM IST

ETV Bharat / Videos

ବିହାରରେ ବେଆଇନ ଗହମ ଚାଲାଣ, ଜନତା ଓ ଯବାନଙ୍କ ମଧ୍ୟରେ ସଂଘର୍ଷ

ବିହାର : ବିହାର ଅରରିଆରେ ସ୍ଥାନୀୟ ଜନତା ଓ ଯବାନଙ୍କ ମଧ୍ୟରେ ସଂଘର୍ଷ । ଅରରିଆର କିଛି ମାଫିଆ ନୋ ମେନସ ଲେଣ୍ଡରୁ ନେପାଳକୁ ଦୁଇଟି ଟ୍ରାକ୍ଟରରେ ୧୧ ଟନ୍ ଗହମ ବେଆଇନ ଭାବରେ ଚାଲାଣ କରୁଥିଲେ । ଏହାକୁ ଏସଏସବି ଯବାନମାନେ ବିରୋଧ କରିଥିଲେ । ଏବାବଦରେ କିଛି ପଚାରିବାରୁ ମାଫିଆମାନେ କିଛି କହିନଥିଲେ । ସ୍ଥାନୀୟ ଜନତା ସେଠାରେ ପହଞ୍ଚି ମାଫିଆମାନଙ୍କ ସହିତ ମିଶି ଗଣ୍ଡଗୋଳ ଆରମ୍ଭ କରିଥିଲେ । ପରେ ବିବାଦ ବଢିଥିଲା । ଫଳରେ ଉଭୟ ସ୍ଥାନୀୟ ଜନତା ଓ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏସଏସବି ଯବାନ ଲାଠି ଚାର୍ଜ କରିଥିଲେ । ସେହିପରି ସ୍ଥାନୀୟ ଜନତାଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିବାଦରେ ସାମିଲ ଥିବା ମିରାଜ ନାମକ ବ୍ୟକ୍ତିକୁ ଗିରଫ କରିଛି ଏସଏସବି ଯବାନ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.