ଧରାବତରଣ କଲେ ପ୍ରଭୁ ଯୀଶୁ, ସବୁଆଡେ ଉତ୍ସବର ମାହୋଲ - ଖ୍ରୀଷ୍ଟମାସ ୨୦୨୩
🎬 Watch Now: Feature Video
Published : Dec 25, 2023, 2:29 PM IST
Christmas celebration:
ବୌଦ୍ଧ: ମାନବ ରୂପ ଧାରଣ କରି ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ । ଖ୍ରୀଷ୍ଟମାସ ଡେ' ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ସାରା ବିଶ୍ବବାସୀ ବେଶ ଧୁମଧାମର ସହିତ ପାଳନ କରିଥାଆନ୍ତି । ଏହାକୁ ପାଳନ କରିବା ପାଇଁ ଧର୍ମାବଲମ୍ବୀଙ୍କ ଦେଖା ଦେଇଛି ବେଶ୍ ଉତ୍ସାହ ଏବଂ ଉଦ୍ଦୀପନା । ଏନେଇ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଭିନ୍ନ ଚର୍ଚ୍ଚରେ ଧୁମଧାମରେ ପାଳନ କରାଯାଇଛି । ଗତକାଲି(ରବିବାର) ସଂଧ୍ୟାରୁ ନେଇ ଆଜି ଦିନ ତମାମ ଚର୍ଚ୍ଚ ଗୁଡିକରେ ସ୍ବତନ୍ତ୍ର ପ୍ରାର୍ଥନା ସଭା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାଇଚାରାର ସହର ବୌଦ୍ଧ ଜିଲ୍ଲା ସଦରମହକୁମା ଠାରେ ଥିବା ବାପଟିଷ୍ଟ ଚର୍ଚ୍ଚ ଓ କ୍ୟାଥୋଲିକ ଚର୍ଚ୍ଚ ଠାରେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇଭଉଣୀ ମାନେ ଏକତ୍ରିତ ହୋଇ ଏହି ପବିତ୍ର ପର୍ବକୁ ପାଳନ କରିଛନ୍ତି । ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ସ୍ବତନ୍ତ୍ର ମଡେଲ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ପିଠାପଣା ଓ ବିଭିନ୍ନ ମିଠାର ବାସ୍ନାରେ ଚଉଦିଗ ମହକି ଉଠିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଖ୍ରୀଷ୍ଟ ଧର୍ମାବଲାମ୍ବୀ ପରିବାର ଆଜି ବଡ଼ଦିନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ବିଶେଷ ଭାବରେ ଚର୍ଚ୍ଚଗୁଡିକୁ ସ୍ବତନ୍ତ୍ର ଆଲୋକମାଳାରେ ସୁସଜ୍ଜିତ କରିଛନ୍ତି । ଏଥିସହ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇ ପରସ୍ପରକୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ
ଇଟିଭି ଭାରତ, ବୌଦ୍ଧ