ବାଣ ଫୁଟାଇ ଦୀପାବଳି ପାଳିଲେ ଜେଲ୍ ଅନ୍ତେବାସୀଙ୍କ ପିଲା - ମାଧୁରମୟୀ ଆଦର୍ଶ ଶିକ୍ଷା ନିକେତନ ଜେଲ ହଷ୍ଟେଲ
🎬 Watch Now: Feature Video
Published : Nov 13, 2023, 11:02 AM IST
ଭୁବନେଶ୍ବର: ଦୀପାବଳି ମନାଇଲେ ଜେଲ ଅନ୍ତେବାସୀଙ୍କ ପିଲା । ଦୀପ ଜଳାଇବା ସହ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି । ଭୁବନେଶ୍ୱରର ମାଧୁରମୟୀ ଆଦର୍ଶ ଶିକ୍ଷା ନିକେତନ ଜେଲ ହଷ୍ଟେଲରେ ନୃତ୍ୟ ପରିବେଷଣ କରିବା ପରେ ଦିପାବଳି ପାଳନ କରିଥିଲେ । ବାପା ମାଆ ଜେଲରେ ବନ୍ଦି ଜୀବନ କାଟୁଥିବା ବେଳେ ପିଲା ମାନେ ହଷ୍ଟେଲରେ ରହି ଦୀପାବଳିରେ ଖୁସି ମନାଇଛନ୍ତି । ଏହି ହଷ୍ଟେଲ ଏକ ବେସରକାରୀ ଏନଜିଓ ଦ୍ବାରା ପରିଚାଳିତ । ଜଣେ ଅନ୍ତେବାସୀଙ୍କ ପିଲା କହିଛନ୍ତି ଯେ, ମୋର ଭାଇ ଭଉଣୀଙ୍କ ସହ ଦୀପାବଳି ମନାଇଥିବାରୁ ବହୁତ ଖୁସି ଅଛି । 2003ରୁ ଏଠାରେ ରହି ଆସୁଛି । ଦୀପାବଳି ଅବସରରେ ଏଠାରେ ଆମେ ଦୀପ ଜଳାଇବା ସହ ବାଣ ମଧ୍ୟ ଫୁଟାଇଛୁ । ଦୀପାବଳି ଅବସରରେ ହଷ୍ଟେଲ୍ରେ ରଙ୍ଗୋଲି ମଧ୍ୟ କରାଯାଇଥିଲା । 30 ଜଣ ପିଲା ଏହି ହଷ୍ଟେଲରେ ରହୁଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ସେମାନେ କେବେ ବି ତାଙ୍କ ବାପା ମାଆଙ୍କୁ ମନେ ପକାନ୍ତି ନାହିଁ ବୋଲି ହଷ୍ଟେଲର କେୟାର ଟେକର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର