PM MODI @73: ମୋଦିଙ୍କ ବେଶରେ ମୋଦିଙ୍କ ଜନ୍ମଦିନ ପାଳିଲେ କୁନି କୁନି ପିଲା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 73 ତମ ଜନ୍ମଦିନ
🎬 Watch Now: Feature Video
Published : Sep 17, 2023, 12:14 PM IST
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 73 ତମ ଜନ୍ମଦିନ ପାଳିଲେ କୁନି ପ୍ରଶଂସକ । ପ୍ରଧାନମନ୍ତ୍ରୀଙ୍କ ବେଶ ଧାରଣ କରିବା ସହ କେକ କାଟିଛନ୍ତି। ପଶ୍ଚିମବଙ୍ଗର ସିଲିଗୁଡିରେ ମୋଦିଙ୍କ ଜନ୍ମ ଦିନକୁ ଏପରି ନିଆରା ଢଙ୍ଗରେ ସେଲିବ୍ରେସନ କରାଯାଇଛି । ଏକ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜକୁ ମୋଦିଙ୍କ ବେଶରେ ସଜାଇ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ମାସ୍କ ଲଗାଇ କେଟ କାଟିଥିଲେ । ଆଜି ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ 73ତମ ଜନ୍ମଦିନ । ଏହି ଅବସରରେ ମୋଦିଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ମନ୍ତ୍ରୀମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।