Watch Video: ହଠାତ୍ ବଢ଼ିଲା ଭାଗିରଥୀ ନଦୀର ଜଳସ୍ତର, ପାଣି ମଝିରେ ଫସିଗଲା ବାଳକ

By

Published : Jul 9, 2023, 9:58 PM IST

thumbnail

ଡେରାଡୁନ: ମୌସୁମୀ ପ୍ରଭାବରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ ତ ପୁଣି କେଉଁଠି ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀ କୂଳିଆ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭାଗିରଥୀ ନଦୀର ଜଳସ୍ତର ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ରବିବାର ହଠାତ ନଦୀରେ ପାଣି ମାଡ଼ି ଆସିଥିଲା । ଏହି ସମୟରେ ଜଣେ ବାଳକ ନଦୀ ଗର୍ଭରେ ଫସି ରହିଗଲେ । ପ୍ରାୟ ଏକ ଘଣ୍ଟା ଧରି ପିଲାଟି ନଦୀରେ ଫସି ରହିଲେ । ଏହାପରେ ଆପ୍ରାଣ ଉଦ୍ୟମରେ ସୁରକ୍ଷିତ ନଦୀ କୂଳକୁ ଆସିବାରେ ସଫଳ ହୋଇଥିଲେ । ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.