thumbnail

Bahuda Yatra 2023: ମହାପ୍ରଭୁଙ୍କ ରାଜନୀତି ସମ୍ପନ୍ନ, ଛେରା ପହଁରା କଲେ ଗଜପତି

By

Published : Jun 28, 2023, 1:39 PM IST

ପୁରୀ: ବିଶ୍ବନିୟନ୍ତାଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତ ଓ ଭକ୍ତିମୟ ହୋଇଉଠିଛି ଶ୍ରୀକ୍ଷେତ୍ର । ସବୁଠି ଶୁଭୁଛି ଜୟ ଜଗନ୍ନାଥ ଧ୍ବନୀ । ଗୁଣ୍ଡିଚା ମନ୍ଦିରରୁ ଆସି ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବିଜେ କରିଛନ୍ତି କାଳିଆ ଠାକୁର । ହୁଳହୁଳି, ହରିବୋଲ ଧ୍ବନିରେ ଚତୁର୍ଦିଗ ପ୍ରକମ୍ପିତ ହେଉଛି । ଜନ୍ମଭୂମି ଛାଡ଼ି ପୁଣି କର୍ମଭୂମିକୁ ବାହୁଡ଼ିବେ ମହାପ୍ରଭୁ । ସଭିଙ୍କ ତୁଣ୍ଡରୁ ଶୁଭୁଛି ଜୟ ଜଗନ୍ନାଥ । ଶ୍ରୀଜିଉଙ୍କ ଦର୍ଶନରେ ଭାବବିହ୍ବଳ ହେଉଛନ୍ତି ଭକ୍ତ । ଜନସମୁଦ୍ରରେ ଉଛୁଳି ପଡୁଛି ଶ୍ରୀକ୍ଷେତ୍ର । ପହଣ୍ଡି ବିଜେ ନୀତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ରଥରେ ରାଜନୀତି ସମ୍ପନ୍ନ କରିଛନ୍ତି ଗଜପତି ମହାରାଜ । ବୀର ଶ୍ରୀ ଗଜପତି ଗୌଡ଼େଶ୍ବର ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତିକାନ୍ତି ପରେ ଆରମ୍ଭ ହୋଇଛି ରଥଟଣା । ଶରଧାବାଲିରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡିବା ଆରମ୍ଭ ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.