RathaKhala Halchal: ତିନିରଥର ପାଞ୍ଚ ଦଣ୍ଡା ହଣା ଅନୁକୂଳ ପୂଜା ସମ୍ପନ୍ନ - ରଥଖଳା ଚଳଚଞ୍ଚଳ

🎬 Watch Now: Feature Video

thumbnail

By

Published : May 21, 2023, 4:36 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ରଥଖଳା ଚଳଚଞ୍ଚଳ ହୋଇଉଠିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ସମ୍ପୂର୍ଣ୍ଣ ଅଖ ଚକ ସଂଯୋଗ ହୋଇସାରିଛି । ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି । ପ୍ରତ୍ୟେକ ରଥର ଅନ୍ୟ ନାହାକା ଅଖ, ପଡ଼ି ନାହାକା ଅଖ, ବଡ଼ ଉଛୁଳା ଅଖ ଏବଂ ସାନ ଉଛୁଳା ଅଖ ଗୁଡିକରେ ଚକ ସହ ସଂଯୋଗ କରାଯାଇଛି । ତିନିରଥର ପାଞ୍ଚ ଦଣ୍ଡା ହଣା ଅନୁକୂଳ ପୂଜା ମୁଖ୍ୟ ମହାରଣାମାନଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ତିନିରଥର ମହାରଣାମାନେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ନନ୍ଦିଘୋଷ ରଥର ଦୁଇଟି ଗରଗରାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ଗରଗରାର ଚଉପଟ କାର୍ଯ୍ୟ ଜାରି ରହିଛି । ସେହିପରି ଦର୍ପଦଳନ ରଥର ଦୁଇଟି ଚାରି ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଁଏ ଚାରି ନାହାକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ତିନିରଥର କରତି ସେବକମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ତିନିରଥର ରୂପକାର ସେବକମାନେ ତିଖ ଗୁଜ ଏବଂ କୋଣ ଗୁଜଗୁଡିକରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୂପର ପଲିସ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା ବିଡ଼ିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.