Chandrayaan 3 exlusive: 'ଆମେ 14ଦିନ ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅନୁସନ୍ଧାନ କରିବୁ'

By

Published : Aug 21, 2023, 9:42 PM IST

thumbnail

ଥିରୁଅନନ୍ତପୁରମ: ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩  । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ଏହାର ଦକ୍ଷିଣ ମେରୁରେ ବୁଲିବା ସହ ସାଇଣ୍ଟିଫିକ ଗବେଷଣା କରିବ । ଏହା ଚନ୍ଦ୍ରର ଦକ୍ଷିଣ ମେରୁ 69.37,32.35 ଭାଗରେ ଅବତରଣ କରିବ । ଏବେ ଚନ୍ଦ୍ରଯାନ-୩ ୨୦୧୯ରେ ପଠାଯାଇଥିବା ଚନ୍ଦ୍ରଯାନ-୨ଠାରୁ ପ୍ରାୟ ୧୦୦କିମି ଦୂରରେ ରହିଛି । ଏ ନେଇ ଇଟିଭି ଭାରତ ସହିତ ସାକ୍ଷାତକାରରେ ଅଧିକ ଆଲୋଚନା କରିଛନ୍ତି ଇସ୍ରୋର ଏସେନ୍ସିଆଲ ସିଷ୍ଟମ ୟୁନିଟ ନିର୍ଦ୍ଦେଶକ ଇ.ଏସ ପଡମାକୁମାର । ଚନ୍ଦ୍ରର ଦକ୍ଷିଣ ମେରୁ ବରଫାଞ୍ଚଳ ହୋଇଥିବାରୁ ଏଠାରେ ଅନେକ କିଛି ସନ୍ଧାନ କରାଯିବ । ଏହି ମେରୁରେ ଲ୍ୟାଣ୍ଡର ବିକ୍ରମ ପ୍ରାୟ ୧୪ ଦିନ ପାଇଁ ଅନୁସନ୍ଧାନ କରିବ ବୋଲି ସେ କହିଛନ୍ତି । ଏଠାରେ ପାଣିର ସନ୍ଧାନ ମିଳିଥିବାରୁ ଏହି ମେରୁରେ ଗବେଷଣା କରାଯିବ ବୋଲି ପଡମାକୁମାର କହିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.