ହଠାତ ମାଡ଼ି ଆସିଲା ପାଣି, ଭାଙ୍ଗିଲା ବାଉଁଶ ପୋଲ; ମଝିରେ ଫସି ରହିଲେ ଲୋକେ, ତା'ପରେ.. - ବାଗମତି ନଦୀରେ ଅଘଟଣ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 28, 2023, 9:19 PM IST

ପାଟନା: ବିହାରର ସୀତାମାରି ଜିଲ୍ଲା ବାଗମତି ନଦୀରେ ଅଘଟଣ । ନଦୀରେ ଭାସିଗଲା ବାଉଁଶ ପୋଲ । ଏହି ଦୁର୍ଘଟଣା ସମୟରେ ପ୍ରାୟ ୧୨ ରୁ ୧୫ ଜଣ ଲୋକ ପୋଲ ଅତିକ୍ରମ କରୁଥିଲେ । ସୀତାମାରି ଜିଲ୍ଲା ବେଲସଣ୍ଡ ବ୍ଲକ ଅନ୍ତର୍ଗତ ଚନ୍ଦୌଲି ଅଞ୍ଚଳରେ ଏହି ବାଉଁଶ ପୋଲଟି ତିଆରି କରାଯାଇଥିଲା । ଯେଉଁଥିରେ ଜୀବନକୁ ବାଜିରେ ଲଗାଇ ପ୍ରତିଦିନ ଅନେକ ସଂଖ୍ୟକ ଲୋକ ଯାତାୟତ କରୁଥିଲେ । ସୋମବାର ଦିନ କିଛି ମହିଳା ଏବଂ ଶିଶୁଙ୍କ ସମେତ ପୁରୁଷ ଉକ୍ତ ପୋଲ ଦେଇ ନଦୀ ପାର ହେଉଥିଲେ । ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପୋଲଟି ମଝିରୁ ଦୁଇ ଭାଗ ହୋଇଗଲା । ଫଳରେ ପୋଲରେ ଥିବା ଲୋକେ ଭୟରେ ଦୌଡ଼ିବାକୁ ଲାଗିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ନଦୀରେ ବୁଡ଼ିଯାଇଥିବା ବେଳେ ତିନି ଜଣ ଫସି ଯାଇଥିଲେ । ପ୍ରଖର ଜଳସ୍ରୋତରେ ବାଉଁଶ ପୋଲଟି ଭାସିବାକୁ ଲାଗିଲା । ଲୋକେ ଭୟଭୀତ ହୋଇ ନଦୀକୁ ଡେଇଁବାକୁ ଲାଗିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ପୋଲ ଭାଙ୍ଗିବା ବେଳର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.