ସୁନାଗହଣା ଦୋକାନ ଡକାୟତି ଘଟଣା, ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି - ସୁନା ଅଳଙ୍କାର ବ୍ୟବସାୟୀ

🎬 Watch Now: Feature Video

thumbnail

By

Published : May 17, 2023, 4:52 PM IST

ଯାଜପୁର: ବ୍ୟାସନଗର ସେନକୋ ସୁନାଗହଣା ଦୋକାନରୁ ଡକାୟତି ଘଟଣା। ଘଟଣା ଅନୁଧ୍ୟାନ କରିବାକୁ ଏସପି ଭିନିତ ଅଗ୍ରୱାଲଙ୍କ ସହ ସୋରୁମରେ ପହଞ୍ଚିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଆଇଜି ପ୍ରଥମେ ଯାଜପୁର ରୋଡ ଥାନାକୁ ଯାଇଥିଲେ। ସେଠାରେ ଥାନା ଅଧିକାରୀ ଓ ଏସଡିପିଓଙ୍କ ସହ ଆଲୋଚନା ପରେ ସୋରୁମକୁ ଆସିଥିଲେ ଆଇଜି । ସୋରୁମରେ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ  ପଚରା ଉଚରା ଜାରି ରଖିଛନ୍ତି ଆଇଜି।  

ସେପଟେ ସେନକୋ ଗୋଲଡ ସୋରୁମରେ ଆଇଜିଙ୍କୁ ଭେଟିଛନ୍ତି ସହରର ସୁନା ଅଳଙ୍କାର ବ୍ୟବସାୟୀ। ଡକାୟତ ମାନଙ୍କୁ ଧରିବା ସହ ଲୁଟ ହୋଇଥିବା ସୁନା ଅଳଙ୍କାର ଜବତ କରିବାକୁ ଦାବି କରିଥିବା ବେଳେ  ସହରର କାୟାବୃଦ୍ଧି ଏବଂ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକ ନୂତନ ଥାନା କାର୍ଯ୍ୟକାରୀ କରିବାକୁ ବ୍ୟବସାୟୀମାନେ ଦାବି କରିଥିଲେ। ସେହିପରି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସହରର ସୁନା ଦୋକାନୀମାନେ ପୁନର୍ବାର ଆପତ୍ତି ଜଣାଇଥିଲେ। ସେପଟେ ଆଇଜି ଏନେଇ ବ୍ୟବସାୟୀ ମାନଙ୍କୁ ଭରସା ଦେବା ସହ ଖୁବଶୀଘ୍ର ଡକାୟତମାନେ ପୋଲିସ ହାତରେ ଧରାପଡିବେ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଏହି ଚୋରି ଘଟଣାର ପର୍ଦାଫାର୍ସ ଖୁବଶୀଘ୍ର ହେବ ଓ ଏଥିପାଇଁ ଏସପିଙ୍କ ନେତୃତ୍ୱରେ 8ଜଣଆ ଟିମ ଗଠନ କରାଯାଇଥିବା ସୂଚନା ଡେଇଛନ୍ତି ଆଇଜି ଭୋଳ l 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.