ନିଶା ଛାଡି ସୁସ୍ଥ ସମାଜରେ ହୁଅ ସାମିଲ
🎬 Watch Now: Feature Video
କଟକ: ନିଶା ନୁହେଁ ଆମେ ଜୀବନ ଚାହୁଁ । ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିଲା ସିଲଭରସିଟି । ସମାଜରେ ନିଶା ବ୍ୟବହାର ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ଭିଡ଼ିଲା ଅଣ୍ଟା । ଏକ ରାଲି ଜରିଆରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛି ଜିଲ୍ଲା ପ୍ରଶାସନ । କାରଣ ବର୍ତ୍ତମାନ ସମୟରେ ନିଶା ବ୍ୟବହାର ଏକ ପ୍ରକାର ଚରମ ସୀମାରେ ପହଁଚିଛି । ବିଶେଷକରି ଯୁବ ଗୋଷ୍ଠୀ ଏହି ଅପ ବ୍ୟବହାରରେ ସାମିଲ ହେଉଛନ୍ତି । ତେବେ ଏହାକୁ ସମାଜରୁ ପୋଛିବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଅନୁଷ୍ଠିତ ରାଲିରେ କଟକର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।
Last Updated : Feb 3, 2023, 8:24 PM IST