Rathakhala Halchal: ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି

By

Published : Jun 6, 2023, 4:05 PM IST

thumbnail

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି 'ଢମକ' ପଡିବା ସହ ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଛି । ଏହି ଢମକ ଚାରିନାହାକାର ଭିତର ପଟ ଏବଂ ବାହାର ପଟକୁ କାଗି ପଡ଼ିଛି ଏହା ଉପରେ ବେଦୀ ନିର୍ମାଣ ପାଇଁ ପଟା ବାଡ଼ିଆ ଯିବ । ତିନିରଥର ଢମକ ପଡିବା ପରେ ତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେମ ନିର୍ମାଣ ଶେଷ ପରେ ତିନିରଥରେ ସଂଯୋଗ ହୋଇଛି । ଏହି ତୃତୀୟ ଭୂଇଁ ୪ଗୋଟି ଚଉତା ବର୍ଗା କାରରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୂଇଁ ଗୋଡ଼ ଉଠି ଭୁଇଁର ଚାରିପଟ ପ୍ରତି ପାର୍ଶ୍ବରେ ୬ଟି ଲେଖାଁଏ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠିଛି । ରୂପକାର ସେବକମାନେ ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୋଦେଇ ଶେଷ ପରେ ଚିତ୍ରକାରମାନେ ସେଥିରେ ରଙ୍ଗ ଚିତ୍ର କରିବେ । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ତୃତୀୟ ଭୂଇଁ କଣ୍ଟା ନିର୍ମାଣ ସାରି ରଥ ଖଳାକୁ ଯୋଗାଇବା ପରେ ତିନି ରଥର ପୋଟଳ କଣ୍ଟା, ମୂଳ କଇଁଚି କଣ୍ଟା ଏବଂ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.