ସପିଂ ମଲ ବାହାରେ ଛିଡା ହୋଇଥିଲା କାର୍, ହଠାତ୍ ଜଳିଲା - କାରରେ ଲାଗିଲା ନିଆଁ
🎬 Watch Now: Feature Video
ଭଦ୍ରକ: ସପିଂ ମଲ ବାହାରେ ଜଳିଲା କାର। ନିଆଁ ଲିଭାଇଲେ ସ୍ଥାନୀୟ ଲୋକେ। ସୌଭାଗ୍ୟ କ୍ରମେ ବର୍ତ୍ତିଗଲେ କାରରେ ଥିବା ଯାତ୍ରୀ। ଖବର ଅନୁଯାୟୀ ଭଦ୍ରକ ସହର ମଧ୍ୟ ଭାଗ ବାଇପାସ ଅଞ୍ଚଳରେ ଥିବା ଏକ ସପିଂ ମଲକୁ କିଣାକିଣି କରିବା ପାଇଁ ଆସିଥିଲେ ଏକ ପରିବାର । ଯାହାକି ପରିବାର ଲୋକେ ସପିଂ ମଲକୁ ଦ୍ରବ୍ୟ କ୍ରୟ କରିବା ପାଇଁ ଯାଇଥିବା ବେଳେ ଗାଡିର ଡ୍ରାଇଭର କାର ମଧ୍ୟରେ ବସିଥିଲେ । ହେଲେ କୌଣସି କାରଣରୁ ହଠାତ୍ ଗାଡିର ଆଗ ପାଖରେ ପ୍ରଥମେ ନିଆଁ ଲାଗିଯାଇଥିଲା । ଏହା ଦେଖି ଭୟଭୀତ ହୋଇ କାର ମଧ୍ୟରେ ବସିଥିବା ଗାଡିର ଡ୍ରାଇଭର ବାହାରକୁ ଆସି ଚିତ୍କାର କରି ଆଖପାଖରେ ଥିବା ଲୋକଙ୍କୁ ଡାକିଥିଲେ ।
ଫଳରେ ସ୍ଥାନୀୟ ଲୋକେ ଏହି ନିଆଁ ଦେଖି ମଲର କର୍ମଚାରୀମାନଙ୍କ ସହ ମିଶି ନିଆଁକୁ ଲିଭାଇ ପାଇଁ ଚେଷ୍ଟା କରିଥିଲେ । ହେଲେ ନିଆଁ ନ ଲିଭିବାରୁ ସପିଂ ମଲରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ସହାୟତା ନିଆଯାଇ ଶେଷରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା । ଯାହାକି ପରିବାର ଲୋକେ ଗାଡି ଭିତରେ କେହି ନଥିବାରୁ ବଡ଼ ଅଘଟଣ ଟଳି ଯାଇଛି । ତେବେ ଏହି ନିଆଁ କାହିଁକି ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟ ପକ୍ଷରେ ପ୍ରବଳ ଖରା ଯୋଗୁଁ ହେଉ ଅଥବା ଗାଡିରେ କୌଣସି ସ୍ଥାନରେ ସଟସର୍କିଟ ଯୋଗୁଁ ଏହି ପରି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।
ଇଟିଭି ଭାରତ, ଭଦ୍ରକ