କନ୍ଧମାଳରେ ୫୬ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ - ଫୁଲବାଣୀରେ ଗଞ୍ଜେଇ ଚାଷ ନଷ୍ଟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 24, 2023, 8:53 AM IST

Cannabis plants destroyed: ଫୁଲବାଣୀ: କନ୍ଧମାଳରେ ଚାଲିଛି ବେଆଇନ ଗଞ୍ଜେଇ ଗଛକଟା ଅଭିଯାନ । ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଗଛ କଟା ଜାରି ରହିଛି । ଅଭିଯାନର ୧୧ ଦିନରେ କାଶୀନିପଦର ପଞ୍ଚାୟତର କୁଟୁଣୀପଦର ଓ ଜାତାଜିରି ଗାଁରେ ଚଢାଉ କରିଥିଲା ଫିରିଙ୍ଗିଆ ପୋଲିସ  । ସେଠାରେ ପ୍ରାୟ ୫୬ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛକାଟି ନଷ୍ଟ କାଟି ସଫା କରିଦେଇଛନ୍ତି  । ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରି ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି ।  ଅନ୍ୟପଟେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ୨୩୨/୨୩ ରେ ଏକ ମାମଲା ରୁଜୁ ହୋଇଛି । ଏହ ଅଭିଯାନରେ ମାଜିଷ୍ଟ୍ରେଟ ଅବିନାଶ ମିଶ୍ରଙ୍କ ସହ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ଓ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ପ୍ରାୟ ୨୦ ଜଣ ଶ୍ରମିକ ନିୟୋଜିତ ଥିଲେ । ଏଥିସହ ସୁରକ୍ଷାକୁ ଆଖି ଆଗରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ସବୁଜ ଜହର ନଷ୍ଟ ଅଭିଯାନ, 4 କୋଟିର ଗଞ୍ଜେଇ ଚାଷ ନଷ୍ଟ

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.