ଓଡ଼ିଆ ଚଳଚ୍ଚିତ୍ର‌ ଶିଳ୍ପକୁ ବଞ୍ଚାଇବା ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

By ETV Bharat Odisha Team

Published : Nov 3, 2023, 7:05 AM IST

thumbnail

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର‌ ଶିଳ୍ପକୁ ବଞ୍ଚାଇବା ପାଇଁ କ୍ୟାଣ୍ଡେଲ୍ ଶୋଭାଯାତ୍ରା । ବିଭିନ୍ନ ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ଉପୁଜିଥିବା ବାଦ ବିବାଦର ସମାଧାନ ପାଇଁ ପ୍ରାର୍ଥନା କରାଯାଇଛି । ଓଡିଆ ଚଳଚ୍ଚିତ୍ର ଶିଳ୍ପ ଦୁନିଆର ବିଭିନ୍ନ ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ଉପୁଜିଥିବା ବିବାଦକୁ ଶେଷ କରିବାକୁ ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ନିକଟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି । ସମସ୍ତଙ୍କ ମଧ୍ୟରେ ସଦ୍ଭାବନା ବାଣ୍ଟିବା ବିବାଦର ସମଧାନ କରିବା ଏହାର ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ସିନେପ୍ରେମୀ । ଏହି ଶୋଭାଯାତ୍ରା ଯାତ୍ରାରେ ବିଭିନ୍ନ କ୍ଷେତ୍ରର ସିନେପ୍ରେମୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି । 
 

ଏହା ମଧ୍ୟ ପଢନ୍ତୁୁ....Road Problem in Cuttack: ୧୫ ଦିନରେ ମରାମତି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ବରିଷ୍ଠ ସଂଳାପ ଲେଖକ ଡକ୍ଟର ରଜନୀ ରଞ୍ଜନ, ମିଡ଼ିଆ ପ୍ଲାନର ମୁଖ୍ୟ ତଥା ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ସଂଳାପକାର ବିଜୟ ଶଙ୍କର ଦାଶ, ରୋଟାରୀଆନ ଡକ୍ଟର ପ୍ରସନ୍ନ ଚୌଧୁରୀ, ପ୍ରଯୋଜକ, ଗୀତିକାର ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଯୋଜକ ଶିବିର ପରିଡା, ବିଶିଷ୍ଟ ବ୍ୟବସାୟୀ ତେଜେଶ୍ୱର ରାଓ, ସାମ୍ବାଦିକ ମାଧବ ବେହୁରା, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଯୁବ ନିର୍ଦ୍ଦେଶକ ଖଗେଶ୍ୱର ଜୟପୁରିଆ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । 

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.