କଲରାପତାରିଆ ବାଘ ଆକ୍ରମଣରେ ବାଛୁରୀ ମୃତ - ନୂଆପଡାରେ ବାଘ ଆତଙ୍କ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 19, 2023, 10:49 PM IST

ନୂଆପଡା : ଜିଲ୍ଲାରେ ପୁଣି କଲରାପତାରିଆ ବାଘର ଆତଙ୍କ । ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ, କଲରାପତାରିଆ ବାଘ ହାବୁଡ଼ାରେ ପଡି ବାଛୁରୀ ମୃତ ।  ବାଘ ଆକ୍ରମଣ ଘଟଣା ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ରେ ମାତିଛି ରକ୍ତମୁଖା ଦନ୍ତା, ଦୁଇ ଜଣଙ୍କ ନେଲା ଜୀବନ

ନୂଆପଡା ସଦର ବ୍ଲକ ମୋଟାନୂଆପଡା ଗାଁର ଇନ୍ଧୁ ଉଜିର ନାମକ ବ୍ୟକ୍ତିଙ୍କ ଗାଈ ଗୋଠରେ ବାଛୁରି ଚରିବାକୁ ନିକଟସ୍ଥ ସୋରି ଘୁଟକୁରି ଜଙ୍ଗଲକୁ ଯାଇଥିଲା । ଗାଈ ଗୋଠ ଜଙ୍ଗଲକୁ ଘାସ ଚରି ଯାଇଥିଲେ । ସଂଧ୍ୟାରେ ସମସ୍ତ ଗାଈ ଗୋଠ ଗୁହାଳକୁ ଫେରି ଆସିଥିଲେ । ହେଲେ 8 ମାସର ବାଛୁରୀ ଫେରି ନଥିଲା । ଏହାପରେ ବାଛୁରୀ ମାଲିକ ଏବଂ ଗାଁ ଲୋକେ ବାଛୁରୀକୁ ଖୋଜିବା ଆରମ୍ଭ କରିଥିଲେ । ପରେ ନିକଟସ୍ଥ ସୋରି ଘୁଟକୁରି ଜଙ୍ଗଲରେ ବାଛୁରୀର ମୃତ ଦେହ ପଡିଥିବାର ଗାଁ ଲୋକ ଦେଖିଥିଲେ ।  

ତେବେ ବାଛୁରୀର ମୃତ ଦେହ ଦେଖି ବାଘ ଆକ୍ରମଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ବାରି ହେଉଥିଲା । ପରେ ବାଛୁରୀ ମାଲିକ ଇନ୍ଧୁ ଉଜିର ନୂଆପଡା ବନ ବିଭାଗକୁ ଜଣାଇ ଥିଲେ । ଖବର ପାଇଁ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘର ପାଦ ଚିହ୍ନ ଦେଖି ଏହା କଲରାପତାରିଆ ବାଘ ବୋଲି ସ୍ପଷ୍ଟ କରିଛି ବନ ବିଭାଗ । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଜିଲ୍ଲାରେ ବାରମ୍ବାର ବାଘ ଆକ୍ରମଣ ଘଟଣା ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି । ଏନେଇ ସରକାରଙ୍କ ପଖରେ ଏଥିପ୍ରତି ଗୁରୁତ୍ବ ଦେବା ପାଇଁ ଆବେଦନ କରାଯାଇଛି ।  

ଇଟିଭି ଭାରତ, ନୂଆପଡ଼ା  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.