thumbnail

ଶତାଧିକ ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ

By

Published : Dec 4, 2022, 7:25 PM IST

Updated : Feb 3, 2023, 8:34 PM IST

କେନ୍ଦୁଝର: ଆଜି ହେଉଛି ବ୍ୟଞ୍ଜନ ଦ୍ଵାଦଶୀ । ପୁରାଣ ଅନୁଯାୟୀ ଆଜି ଦିନରେ କୃଷ୍ଣଙ୍କୁ ମା’ ଯଶୋଦା ପ୍ରଥମେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖୁଆଇଥିଲେ । ଏହି ଦିନ ଅନୁସାରେ ଭାରତୀୟ ସଂସ୍କୃତି ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ କୃଷ୍ଣଙ୍କୁ ବ୍ୟଞ୍ଜନ ଲାଗି ହୋଇଥାଏ । କଳି ଯୁଗରେ ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କ ଅବତାର ରୂପେ ଗ୍ରହଣ କରାଯାଇଥାଏ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ସିଦ୍ଧ ମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଥିଲା । ଦୈନିକ ରୀତିନୀତି ପରେ ସିଦ୍ଧ ଜଗନ୍ନାଥଙ୍କ ଠାରେ ଏକ ଶହ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସାଦ ରୂପେ ପରିବେଷଣ କରାଯାଇଥିଲା । ଶୁଖିଲା ଭୋଗ ସହ ରନ୍ଧା ଖାଦ୍ୟ ଓ ବିଭିନ୍ନ ପ୍ରକାରର ଫଳ ମୂଳ ଜଗନ୍ନାଥଙ୍କୁ ପ୍ରସାଦ ଲାଗି କରାଯାଇଥିଲା । କେନ୍ଦୁଝରର ପ୍ରସିଦ୍ଧ କର୍ପୁର କେଳି, ଫୁଲ ବଡି, ମଞ୍ଜି ବଢ଼ି, ଭଜା ଖିଚିଡି, ଦଳା ଖେଚୁଡ଼ି, ଡାଲମା, ଡାଲି, ଶାଗ, ଭଜା, ଖଟା, ଲଡୁ, କାକରା, ରସଗୋଲା ଆଦି ପ୍ରସାଦ ଲାଗି ହୋଇଥିଲା । ଇଟିଭି ଭାରତ, କେନ୍ଦୁଝର
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.