Hockey World Cup: ଭାରତ ମ୍ୟାଚ ନାହିଁ ବୋଲି ବିକ୍ରି ହେଉନି ଜର୍ସି
🎬 Watch Now: Feature Video
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ବାହାରେ ନାହିଁ ଭାରତୀୟ ପତାକା କ୍ରେଜ୍ । ଆଗଭଳି ବିକ୍ରି ହେଉନି ଜର୍ସି କି ରିବନ । କାରଣ ଆଗଭଳି ମ୍ୟାଚ ହେଉନି । ଗତ ବିଶ୍ବକପ ଭଳି ବିକ୍ରି ହେଉନି ପତାକା କି ଟି-ସାର୍ଟ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ୟବସାୟୀ। କହିଛନ୍ତି ଏହା ଗର୍ବର ବିଷୟ। ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ହେଉଛି। ହେଲେ କେହି ଭାରତୀୟ ଜର୍ସି ବା ପତାକା କିଣୁ ନାହାନ୍ତି। ଲୋକଙ୍କୁ କହିଲେ ମଧ୍ୟ କହୁଛନ୍ତି ଭାରତ ମ୍ୟାଚ ନାହିଁ । କେବଳ ୧୯ତାରିଖରେ ଭାରତ ମ୍ୟାଚ ଅଛି। ତେଣୁ ଏଥର ପୂର୍ବଭଳି ସେତେ ଉତ୍ସାହ ନାହିଁ ଭାରତୀୟ ପତାକା କି ଜର୍ସି ପ୍ରତି । କିନ୍ତୁ ଆମେ ପ୍ରତ୍ୟେକ ମ୍ୟାଚ ପାଇଁ ଉତ୍ସାହିତ ହେବା କଥା। କାରଣ ସାରା ବିଶ୍ବର ନଜର ଓଡିଶାରେ ହେଉଥିବା ମ୍ୟାଚ ଊପରେ । ବିଶ୍ବ ଜାଣୁ ଭାରତ କି ଓଡିଶାର ଲୋକ କେତେ ଉତ୍ସାହିତ । ତେବେ ପତାକା ୨୦୦ରୁ ୩୦୦ରେ ବିକ୍ରି ହେଉଥିବାବେଳେ ଜର୍ସି ୧୫୦ ରୁ ୨୦୦ରେ ବିକ୍ରି ହେଉଛି । ସେହିପରି ରିବନ ମଧ୍ୟ ୧୦ଟଙ୍କା ରୁ ୨୦ଟଙ୍କାରେ ବିକ୍ରି ହେଉଛି। ଇଟିଭି ଭାରତ, ଭୁବନେଶ୍ବର