ETV Bharat / state

ଆର୍ମି ମେଜର ନିର୍ଯାତନା ଘଟଣା: ଭରତପୁର ଥାନାରେ ତଦନ୍ତ କମିଶନଙ୍କ ସ୍ପଟ୍ ଭିଜିଟ - BHARATAPUR ARMY CASE

ଥାନାରେ ଆର୍ମି ମେଜର ନିର୍ଯାତନା ଘଟଣାରେ ଆଜି ସ୍ପଟ ଭିଜିଟ କଲେ ତଦନ୍ତ କମିଶନ । ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ।

ଆର୍ମି ମେଜର ନିର୍ଯାତନା ଘଟଣା
ଆର୍ମି ମେଜର ନିର୍ଯାତନା ଘଟଣା (ETV Bharat Odisha)
author img

By ETV Bharat Odisha Team

Published : Nov 19, 2024, 10:46 PM IST

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଆଜି(ମଙ୍ଗଳବାର) ନିଜେ ସ୍ପଟ ଭିଜିଟ କରିଛନ୍ତି ତଦନ୍ତ କମିଶନ । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଥାନାରେ ଘଟିଥିବା ଘଟଣାକ୍ରମ ନେଇ ବୁଝିଛନ୍ତି ଦେଖିଛନ୍ତି । ଏହି ଘଟଣାରେ ଉଭୟ ଅଭିଯୋଗ ଆଣିଥିବା ପକ୍ଷ ଓ ଅଭିଯୋଗ ରହିଥିବା ପକ୍ଷଙ୍କର ଉପସ୍ଥିତିରେ ସେମାନଙ୍କ ସହ ଘଟିଥିବା ଘଟଣାକ୍ରମ ଅନୁଭୂତିକୁ ସ୍ପଟରେ ଦେଖିଛନ୍ତି କମିଶନ ।

ଉଭୟ ପକ୍ଷଙ୍କ କଥା ଶୁଣିଲେ କମିଶନ:

ଆର୍ମି ମେଜରଙ୍କ ଓ ତାଙ୍କ ବାନ୍ଧବୀଙ୍କ କଣ ସେଦିନ ଥାନାରେ କଣ ଘଟିଥିଲା ତାହାକୁ ଥାନାରେ କମିସନଙ୍କ ଉପସ୍ଥିତିରେ ବର୍ଣ୍ଣନା କରିଛନ୍ତି ।ଏପରିକି ଥାନାରେ ରିସେପ୍ସନ ଠାରୁ ଆରମ୍ଭ କରି ଥାନର ହାଜତ ପର୍ଯ୍ୟନ୍ତ ଏପରିକି କମ୍ପୁଟର ରୁମ ବା ଥାନାର ଯେଉଁ ଯେଉଁ ସ୍ଥାନରେ ଯାହା ଯାହା ସହ ଘଟିଥିଲା ସେସବୁ ପୀଡିତା ଓ ତାଙ୍କ ବନ୍ଧୁ ମେଜର ବଖାଣିଛନ୍ତି । ଉଭୟ ପକ୍ଷ ନିଜ ବୟାନ ତଦନ୍ତ କମିଶନ ଆଗରେ ବଖାଣିଥିଲେ । ଯାହାକୁ କମିଶନଙ୍କ ଯେଉଁ ଟିମ୍ ରହିଛନ୍ତି ସେସବୁ ରେକର୍ଡ କରିଛନ୍ତି । ଏପରିକି ଏହାର ଅଡିଓ ଭିଡିଓ ରେକର୍ଡ଼ ମଧ୍ୟ କରାଯାଇଛି ।

ଆର୍ମି ମେଜର ନିର୍ଯାତନା ଘଟଣା (ETV Bharat Odisha)

ତଦନ୍ତଙ୍କୁ ନେଇ କଣ କହିଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ?

ଏନେଇ ତଦନ୍ତ କରୁଥିବା କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ କହିଛନ୍ତି, ‘ଆପିଡେଭିଟରେ ଦର୍ଶାଯାଇଥିବା ଘଟଣାକ୍ରମକୁ ତର୍ଜମା କରାଯାଉଛି । ଦୁଇ ପକ୍ଷଙ୍କ ତରଫରୁ ଓ ସାକ୍ଷୀ ମାନେ ଯେଉଁ ଆପିଡେବିଟି ଫାଇଲ କରିଛନ୍ତି ତାହା ବୁଝିବା ପାଇଁ ସ୍ପଟ ଭିଜିଟି କରିଥିଲୁ । 525 ଆପିଡେବିଟ ସ୍ପୁଟିନ କରାଯାଇଥିଲା ଯାହାକୁ ଆଧାର କରି ସ୍ପଟ୍ ଭିଜିଟ ସେସବୁ କେମିତି ଘଟିଥିଲା କେଉଁଠି ଘଟିଥିଲା କଣ ପରିସ୍ଥିତି ଥିଲା କଣ ତ୍ରୁଟି ଥିଲା । କିଏ ସତ କହୁଛି କିଏ ମିଛ କହୁଛି ତଦନ୍ତ କଲୁ । ଜାନୁଆରି 15 କି 20 ସୁଦ୍ଧା ତଦନ୍ତ କମିସନ ଚୂଡାନ୍ତ ଶୁଣାଣି କରିବେ । ‌କେମିତି କାହାକୁ କିଏ ବାଡ଼େଇ ଥିଲେ । ସ୍ପଟ୍ ଗୁଡ଼ିକୁ ମାର୍କ କରିଲୁ । ସେମିତି କିଛି ରିଲେଭାନ୍ସ ନାହିଁ । ସେପ୍ଟେମ୍ବର ୧୪ ଓ ୧୫ ରାତିର‌ ଘଟଣାରୁ ଦୁଇ ମାସ ବିତିଗଲାଣି ସେ ଦୃଷ୍ଟିରୁ ଏପରି ସ୍ପଟ୍ ଭେରିଫିକେସନ କିଛି ଆବଶ୍ୟକତା ନାହିଁ । ସମ୍ୟକ ବୁଝିବା ପାଇଁ ଦୁଇ ପକ୍ଷ କେଉଁ ଯାଗାରେ‌ କେଉଁ ଘଟଣା ଘଟିଥିଲା । ମାର୍କ କରାଗଲା ସ୍ପଟ୍ ଭିଜିଟ କରି ଜାଣିବାକୁ ପାଇଲୁ କଣ ଘଟିଛି ।’

କମିଶନ ଆହୁରି କହିଛନ୍ତି, ‘ତଦନ୍ତ ବହୁତ ଆଗକୁ ବଢିବ । ଛମାସ ସାତ ମାସ ଲାଗିବ । ପୁରା ସ୍କୃଟିନ କଲା ବେଳକୁ ସମୟ ଲାଗିବ ।ଏହାପରେ ସାକ୍ଷୀ ମାନଙ୍କୁ ତଦନ୍ତ କରାଯିବ । କେଉଁଠି କଣ ଘଟିଥିଲା କିଏ ସତ କହୁଛି ମିଛ କହୁଛି । ଆଗକୁ ପୁନରାବୃତ୍ତି କେମିତି ନ ହେବ । ଅନେକ ରାଜ୍ୟରେ ମଧ୍ୟ କିଛିବେଷ୍ଟ ସିଷ୍ଟମ୍ ରହିଛି ସେନେଇ ଆମେ ଏକ ଫ୍ୟାକ୍ଟ ପ୍ରସ୍ତୁତ କରିବୁ । ଏହି ତଦନ୍ତରୁ ।’

କମିଶନ ଆହୁରି କହିଛନ୍ତି, ‘ପଥରଗାଡିଆ ମେଜର ଓ ବାନ୍ଧବିଙ୍କ ସହ ଘଟିଥିବା ଘଟଣା କ୍ରମର କୌଣସି ତଦନ୍ତ ହେବନାହିଁ । ସେଠି ଘଟିଥିବା ଘଟଣାର କୌଣସି ଆଫିଡେଭିଟ ଦେଇନାହାନ୍ତି । ଏନେଇ ଆମେ ନୋଟିସ ମଧ୍ୟ ଦୁଇ ଥର କରିଥିଲୁ । କେହି ଏନେଇ ଜବାବ ରଖିନଥିଲେ‌ । ସେଠି ଯେଉଁ ଗୋଟେ ଘଟଣା ଘଟିଛି କିନ୍ତୁ କେହି ଆଫିଡେଭିଟ ନ ଦେବା କିଛି ରିଲିଭାନ୍ସ ନାହିଁ । ତେଣୁ ଏହାର କୌଣସି ଆବଶ୍ୟକତା ନାହିଁ । ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଭିଜିଟ ଥିବାରୁ 26 ତାରିଖକୁ ପରବତ୍ତୀ ତାରିଖ ରଖାଯାଇଛି । ସାକ୍ଷୀ ମାନଙ୍କର କ୍ରସ ଭେରିଫିକେସନ କରାଯିବ। ଅର୍ଥାତ୍ ସ୍ପଟର ତଥ୍ୟ ଓ ସାମନାରୁ ସେ ଦେଉଥିବା ତଥ୍ୟକୁ କ୍ରସ ଭେରିଫିକେସନ କରାଯିବ । ଯାହାକି କଥାର ବାସ୍ତବିକ କଥାର ନିର୍ଯାସ କଣ ବାହାରିବ ସେ ଦିଗରେ ଧ୍ୟାନ ଦିଆଯିବ । ଉଭୟ ପକ୍ଷଙ୍କ ଦେଇଥିବା ତଥ୍ୟ ଓ ସ୍ପଟର ତଥ୍ୟ ଅନୁସାରେ ସେମାନଙ୍କ ମଧ୍ୟ ପୁ୍ନଶ୍ଚ ପଚରାଉଚରା କରାଯିବ ।’

ଏହା ମଧ୍ୟ ପଢନ୍ତୁ:

ଭରତପୁର ଥାନା ବିବାଦ ମାମଲା: ନ୍ୟାୟିକ କମିଶନଙ୍କ ପ୍ରଥମ ଶୁଣାଣି ଶେଷ, ୧୯ରେ ସ୍ପଟ୍ ଭିଜିଟ

ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ SOP, ହାଇକୋର୍ଟଙ୍କୁ ଅବଗତ କରାଇଲେ ସରକାର

ଭରତପୁର ଥାନା କାଣ୍ଡ: ନିଲମ୍ବିତ ICC ଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ନାହିଁ ହାଇକୋର୍ଟ

ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସଙ୍କ ପଲିଗ୍ରାଫ ପରୀକ୍ଷା, ଭରତପୁର ଥାନା କାଣ୍ଡରୁ ହଟିପାରେ ପରଦା - Polygraph Test

ଭରତପୁର ଥାନା ଘଟଣା:

ସେପ୍ଟେମ୍ୱର ୧୫ତାରିଖରେ ଭରତପୁର ଥାନାରେ ଏଭଳି ଏକ ପରିସ୍ଥିତି ଉପୁଜିଥିଲା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ପହଁଚିବା ପରେ ସେଠାରେ ପୋଲିସ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏନେଇ ପୋଲିସ ମହିଳା ଜଣଙ୍କ ମଦ୍ୟପାନ କରି ଥାନାରେ ଉତ୍ପାତ କରିଥିବା ଓ ଉତ୍ପାତ ମଚାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବିରୋଧରେ ଥାନାରେ ହାଜତ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା । ଯାହାର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

ଏହି ଘଟଣା ପରେ ଏକ ବିବାଦୀୟ ମୋଡ଼ ନେଇଥିଲା । ଆର୍ମି ଓ ପୋଲିସ ମଧ୍ୟରେ ଏକ ବିବାଦ ଉପୁଜିବା ସହ ରାଜନୈତିକ ମୋଡ ନେବା ପରେ ରାଜ୍ୟ ସରକାର ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ଏକ ତଦନ୍ତ କମିସନ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଯାହାକି ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.