ଘରୋଇ ବସ୍ ଧର୍ମଘଟ ସ୍ଥଗିତ, ବୌଦ୍ଧରେ ଗଡିଲା ବସ
🎬 Watch Now: Feature Video
Published : Oct 21, 2023, 8:37 AM IST
ବୌଦ୍ଧ: ସାମୟିକ ଭାବରେ ସ୍ଥଗିତ ହୋଇଛି ଘରୋଇ ବସ ମାଲିକ ସଂଘର ଧର୍ମଘଟ । ପରିବହନ ମନ୍ତ୍ରୀଙ୍କ ସହ ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ହେବା ପରେ ଆସନ୍ତା 31 ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ କରିଛି ଘରୋଇ ବସ୍ ମାଲିକ ସଂଘ । ଫଳରେ ଗତ ରାତିରୁ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି। ବୌଦ୍ଧ ଜିଲ୍ଲାରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଥିଲା । ସକାଳ 6ଟାରୁ ଜିଲ୍ଲାର ସମସ୍ତ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ଦୂରଦୂରାନ୍ତରୁ ଆସିିଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବେସରକାରୀ ବସ ଚଳାଚଳ ବନ୍ଦ ଯୋଗୁଁ ସରକାରୀ ବସରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ବେସରକାରୀ ବସ ମାଲିକଙ୍କ ବିଭିନ୍ନ ସମସ୍ୟା ତଥା ଦାବି ସମ୍ପର୍କରେ ଗତକାଲି ଅପରାହ୍ନରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଜିଲ୍ଲା ଘରୋଇ ବସ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଅପିଲ୍ ପରେ ଘରୋଇ ବସ୍ ମାଲିକ ସଂଘ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟକୁ ସ୍ଥଗିତ ରଖିଛି ।
ଏହା ମଧ୍ୟ ପଢନ୍ତୁ-Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ
ଇଟିଭି ଭାରତ, ବୌଦ୍ଧ