କେନାଲରେ ଭାସିଲା ବିଡ଼ା ବିଡା ଟଙ୍କା, ବୋହିନେଲେ ଲୋକେ

By

Published : May 6, 2023, 9:40 PM IST

thumbnail

ପାଟନା: ଯଦି ଆପଣଙ୍କ ଘର ପାଖ କୌଣସି କେନାଲରେ ବିଡ଼ା ବିଡ଼ା ଟଙ୍କା ମିଳିବ ତ ଆପଣ କଣ କରିବେ ? ହୁଏତ ପ୍ରଥମେ ଆପଣ ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ଏହା ସତ କି ମିଛ ସେ ନେଇ ଭାବନାରେ ପଡ଼ିଯିବେ । ହେଲେ ବିହାର ରୋହତାସ ଜିଲ୍ଲାର ସାସାରାମ ଅଞ୍ଚଳରେ ଘଟିଛି ଏପରି ଘଟଣା । ଯେଉଁଠି ଏକ ନାଳରେ ଭାସୁଥିଲା ବିଡ଼ା ବିଡ଼ା ନୋଟ୍‌ । ଏହି ଖବର ପାଇବା ମାତ୍ରେ ଲୋକେ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରେ ପଶିଥିଲେ ଏବଂ ଟଙ୍କା ବଣ୍ଡଲ ଆଣୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେନାଲ ଭିତରୁ ମିଳିଥିବା ନୋଟ ଅସଲି କି ନକଲି ତାହା ଜଣାପଡ଼ିନାହିଁ । ହେଲେ ପ୍ରାୟ ୧୦ରୁ ୧୦୦ ଟଙ୍କା ମଧ୍ୟରେ ନୋଟ ବିଡ଼ା ମିଳିଥିଲା । ଉକ୍ତ ସ୍ଥାନରେ ଲୋକେ ଭିଡ଼ ଜମାଇଥିବା ବେଳେ ପୋଲିସ ପହଞ୍ଚିଥିବା ଜଣାପଡ଼ିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.