ଦିଲ୍ଲୀ ଏନସିଆରରେ ବୁଲା ଗୋରୁ ଆତଙ୍କ, ଷଣ୍ଢ ଆକ୍ରମଣରେ ଛାତ୍ରୀ ଗୁରୁତର
🎬 Watch Now: Feature Video
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଦିନକୁ ଦିନ ବଢିବାରେ ଲାଗିଛି ବୁଲା ଗାଇ ଗୋରୁଙ୍କ ଆତଙ୍କ। ଗତ ସୋମବାର ସ୍କୁଲ ଗଲାବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଛାତ୍ରୀ। ଗ୍ରେଟର ନୋଏଡାର ଦନକୌର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ତେବେ ଗତ ସୋମବାର ମଧ୍ୟ କୁକୁର କାମୁଡାରେ ଜଣଙ୍କ ଜୀବନ ଯାଇଥିଲା। ଘଟଣାକୁ 24 ଘଣ୍ଟା ନ ପୁରୁଣୁ ପୁଣି ଥରେ ଷଣ୍ଢ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଛାତ୍ରୀ । ଆକ୍ରମଣର ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ତେବେ ଷଣ୍ଢ ଆକ୍ରମଣର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି । ତାଙ୍କର ଚିକିତ୍ସା ଜାରି ରହିଛି । ଗତ କିଛି ଦିନ ଧରି ବୁଲା ଗାଇ ଗୋରୁମାନେ ଉପଦ୍ରବ ରଚୁଥିବାବେଳେ ଏହାର ଶିକାର ହେଉଛନ୍ତି ସ୍ଥାନୀୟବାସିନ୍ଦା । ସେପଟେ ପ୍ରଶାସନ ଏହାର ସମାଧାନ ନେଇ ପ୍ରତିଶୃତି ଦେଇଆସିଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ପୂରଣ କରିନଥିବା ଅଭିଯୋଗ ହୋଇଛି ।