ଟ୍ରେନ ଧକ୍କାରେ BSF ଯବାନ ମୃତ, କ୍ୟାମେରାରେ କଏଦ ହେଲା ଅଘଟଣ - ହରିୟାଣାରେ ଟ୍ରେନ ଦୁର୍ଘଟଣା
🎬 Watch Now: Feature Video

ଚଣ୍ଡିଗଡ: ହରିୟାଣା ମହେନ୍ଦ୍ରଗଡରେ ଟ୍ରେନ ଧକ୍କାରେ ଜଣେ BSF ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନଙ୍କ ନାମ ବୀର ସିଂ ଓ ସେ ବିକାନେରରେ କାର୍ଯ୍ୟରତ ଥିଲେ । ତେବେ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିବା ବେଳେ ଆଜି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଦ୍ରୁତଗତିରେ ଆସୁଥିବା ଟ୍ରେନ ସାମ୍ନାକୁ ସେ ଚାଲିଯାଇଥିଲେ । ଟ୍ରେନଟି ଧକ୍କା ଦେବା ପରେ ଯବାନ ଜଣକ କିଛି ଦୂରକୁ ଛିଟିକି ପଡିଥିବା ନେଇ ଏହି ଭିଡିଓରେ ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:25 PM IST