thumbnail

ଲଗାଣ ବର୍ଷାରେ ଧୋଇଗଲା ପୋଲ, ୧୦ ଖଣ୍ଡ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

By ETV Bharat Odisha Team

Published : Sep 23, 2023, 10:36 PM IST

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି  । ବର୍ଷାର ପ୍ରଭାବରେ ଫିରିଙ୍ଗିଆରେ ଏକ ପୋଲ ଧୋଇଯିବା ଫଳରେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଫିରିଙ୍ଗିଆ ବ୍ଲକର ପାଙ୍ଗା ଉପର ସାହି ପଞ୍ଚାୟତର ବାଲିଗଟା ନିକଟରେ ୨୦୧୯ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ଦଦଲି ପୋଲ ଧୋଇ ହୋଇଯାଇଛି । ନିର୍ମାଣର ମାତ୍ର ୪ବର୍ଷ ନ ପୁରୁଣୁ ସାମାନ୍ୟ ଲଗାଣ ବର୍ଷରେ ପୋଲ ଧୋଇ ଯିବା ଫଳରେ ୧୦ ଖଣ୍ଡ ଗାଁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ପୋଲଟି ଧୋଇ ହୋଇଯିବା ଫଳରେ ଏହା ଉପରେ ନିର୍ଭର କରୁଥିବା ପ୍ରାୟ ୧୦ଟି ଗ୍ରାମର ଲୋକେ କିଭଳି ଯାତାୟାତ କରିବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । 

ଅନ୍ୟପକ୍ଷରେ  ପୋଲ ଧୋଇଯିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ବ୍ଲକର ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ୧୦ଟି ଗ୍ରାମରେ ୫ ରୁ ୬ଟି ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଥିବାରୁ ପିଲାମାନେ ଏହି ପୋଲ ଉପରେ ନିର୍ଭର କରୁଥିଲେ । ତେବେ ପୋଲ ଧୋଇଯିବାରୁ ଛୋଟଛୋଟ ପିଲାଙ୍କ ସ୍କୁଲ ଏବଂ ଅଙ୍ଗନବାଡ଼ି ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଛି । 

ଏହା ମଧ୍ୟ ପଢନ୍ତୁ..କାଲିଠୁ କମିବ ବର୍ଷାର ପରିମାଣ, 29ରେ ଉତ୍ତର ଆଣ୍ଡାମାନସାଗର ସୃଷ୍ଟି ହେବ ଘୂର୍ଣ୍ଣିବଳୟ !

ଅନ୍ୟପଟେ ପାଙ୍ଗା ଉପରସାହି ପଞ୍ଚାୟତ ଠାରୁ ଫିରିଙ୍ଗିଆକୁ ମାତ୍ର ୧୫ କିଲୋମିଟର ହୋଇଥିବା ବେଳେ ପୋଲଟି ଧୋଇ ଯାଇଥିବାରୁ ଜରୁରୀ କାର୍ଯ୍ୟପାଇଁ ଲୋକେ ପ୍ରାୟ ୬୦ କିଲୋମିଟର  ଅତିକ୍ରମ କରି, ଅନ୍ୟ ଏକ ରାସ୍ତା ଦେଇ ଫିରିଙ୍ଗିଆକୁ ଯିବା ଆସିବା କରୁଛନ୍ତି ।  ଏହି ଅଞ୍ଚଳ ପାଇଁ ପୋଲଟି  ଏକମାତ୍ର ଯୋଗାଯୋଗର ମାଧ୍ୟମ ହୋଇଥିବା ବେଳେ ରାସ୍ତାକୁ ଯଥାଶୀଘ୍ର ମରାମତି କରିବାକୁ ଲୋକେ ଦାବି କରିଛନ୍ତି ।


ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.