ହନିମୁନ୍ ହେଲା ଶେଷ ରାତି, ବେଡ୍ରୁମ୍ରୁ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର - ଉତ୍ତରପ୍ରଦେଶରେ ଦମ୍ପତି ମୃତ
🎬 Watch Now: Feature Video
ଲକ୍ଷ୍ନୌ: ବିବାହର ମାତ୍ର ଦିନକ ପରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଉତ୍ତରପ୍ରଦେଶ ସ୍ଥିତ ବହରାଇଚ ଜିଲ୍ଲାର କେସରଗଂଜରେ ନବବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ବୁଧବାର ରାତିରେ ଭଭୟ ବେଡ୍ରୁମ୍କୁ ଶୋଇବାକୁ ଯାଇଥିଲେ । ହେଲେ ଗୁରୁବାର ସକାଳୁ କବାଟ ଖୋଲିନଥିଲା ।
ବିଳମ୍ବ ହେବାରୁ ପରିବାରଲୋକେ ଝରକା ଖୋଲି ଦେଖିବାରୁ ଘର ଭିତରେ ଦୁହେଁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏହାପରେ କବାଟ ଭାଙ୍ଗି ରୁମ୍ ଭିତରକୁ ପ୍ରବେଶ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ ।
ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି ପୋଲିସ । ଅପରପକ୍ଷେ ହନିମୁନ୍ରେ ହିଁ ନବ ବିବାହିତ ଦମ୍ପତିଙ୍କ ଏଭଳି ଅଚାନକ ବିୟୋଗ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଭଳି ଓ କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହୋଇଛି ସେନେଇ ତନାଘନା କରୁଛି ପୋଲିସ ।