ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା - ଉଦଘାଟିତ ହେଲା ପୁସ୍ତକ ମେଳା

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 4, 2023, 8:28 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳା ଓ ଲୋକ ନୃତ୍ୟର ତାଳେତାଳେ ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା । ଏହି ମେଳାକୁ ଗତକାଲି ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ତେବେ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ପୁସ୍ତକ ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପୁସ୍ତକ ପ୍ରକାଶକ ଓ ବିକ୍ରେତା ଏଠାରେ ଯୋଗ ଦେଇଥିଲେ । ଗତ୧୮ ବର୍ଷ ଧରି ଆୟୋଜିତ ହେଉଥିବା ପୁସ୍ତକ ମେଳା ଜିଲ୍ଲାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ବୌଦ୍ଧ ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାର ଏକମାତ୍ର ସାମ୍ବାଦିକ ସଙ୍ଗଠନ ସାରସ୍ଵତ ସାଧନାକୁ ଅଧିକ ଋଦ୍ଧିମନ୍ତ ପାଇଁ ପୁସ୍ତକ ମେଳର ଆୟୋଜନ କରିଆସୁଛି ।  ଏଠାରେ ସାଧାରଣ ଗୃହିଣୀଙ୍କ ଜ୍ଞାନ ସମ୍ପର୍କିତ ପୁସ୍ତକ ଠାରୁ ନେଇ ବିଭିନ୍ନ ମହାପୁରୁଷ,ଆଇନ, ବିଦ୍ୟାଳୟ ପାଠ୍ୟପୁସ୍ତକ, ପୁରାଣ ଶାସ୍ତ୍ର,ଓଡିଆ ଭାଷା ସାହିତ୍ୟ ଭଳି ବିଭିନ୍ନ ପ୍ରକାରର ପୁସ୍ତକଗୁଡ଼ିକର ବେଶ ଚାହିଦା ରହିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କିତ ପୁସ୍ତକ କ୍ରୟ କରିବା ସହିତ ଏଭଳି ଉପାଦେୟ ବହି କ୍ରୟ କରିବାକୁ ଆହ୍ବାନ ଦେଇଥିଲେ । ତେବେ ଉଦଘାଟନ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ବଲାଙ୍ଗୀରରୁ ଆସିଥିବା ଦୁଲୁଦୁଲି କଳା ପରିଷଦର କଳାକାରଙ୍କ ପାରମ୍ପରିକ ଲୋକନୃତ୍ୟ । ଲୁପ୍ତପ୍ରାୟ ଲୋକକଳା ଘୁଡୁକା, ଡାଲଖାଇ, ମାଏଲାଜଡ, ରସରକେଲି, ଝାଲିଆ ଶବର, ଶବରୁଣୀ, ପତ୍ର ଶଉରା ଭଳି ଅନେକ ଲୋକନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଜିଲ୍ଲାର ଏହି ସାରସ୍ବତ ସମାରୋହରେ ପାରମ୍ପରିକ ଲୋକକଳା ମାଧ୍ୟମରେ ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ହେଉଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ପୁସ୍ତକପ୍ରେମୀଙ୍କ ପାଇଁ ଖୁସି ଖବର, ରାଜଧାନୀରେ କଳିଙ୍ଗ ପୁସ୍ତକ ମେଳା ଉଦଘାଟିତ

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.