ରାଉରକେଲାରେ ପାଳନ ହେଲା ବୋଇତ ବନ୍ଦାଣ ଉତ୍ସବ, ନାଚ ଗୀତରେ ଝୁମିଲେ ଲୋକେ - କାର୍ତ୍ତିକ ପୂର୍ଣ୍ଣିମା
🎬 Watch Now: Feature Video
Published : Nov 27, 2023, 9:04 AM IST
ରାଉରକେଲା: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଉରକେଲାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଦିନକ ପୂର୍ବରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ନାଚ ଗୀତରେ ଝୁମିଲେ ଲୋକ । ରବିବାର ରାତିରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସଙ୍ଗୀତ, ନୃତ୍ୟ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମର ପରିବେଷଣ ଦେଖିବାକୁ ମିଳିଥିଲା । ପ୍ରଜ୍ଞାନଙ୍କ କମେଡି ଲୋକଙ୍କୁ ହସାଇ ହସାଇ ବେଦମ କରିଥିବା ବେଳେ ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତ ଚାରଚାନ୍ଦ ଲଗାଇଥିଲା। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ, ଗୀତ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ପରିବେଷଣ କରାଯାଇ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ରାଉରକେଲା ସହରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବାକୁ ଏପରି ପ୍ରଚେଷ୍ଟା କରାଯାଇଥିଲା । ଆୟୋଜିତ କନସର୍ଟ କେବଳ ପ୍ରତିଷ୍ଠିତ କଳାକାରମାନଙ୍କ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିନଥିଲା ବରଂ ସ୍ଥାନୀୟ କଳାକାର ମଧ୍ୟ ଏଥିରେ ସାମିଲ ହୋଇ ପ୍ରତିଭା ଦେଖାଇଥିଲେ । ବିଭିନ୍ନ କଳାର ମିଶ୍ରଣ ରାଉରକେଲାର ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିଥିଲା । ସେକ୍ଟର- 2, ସେକ୍ଟର- 14 ଏବଂ ଉଦିତନଗର ଅଞ୍ଚଳରେ ବିଭିନ୍ନ କଳାକାରମାନେ ସେମାନଙ୍କ ସୃଜନାତ୍ମକ ଶକ୍ତି ଦ୍ୱାରା ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ । ବୋଇତ ବନ୍ଦାଣ ଉତ୍ସବର ସଙ୍ଗୀତ କାର୍ୟ୍ୟକ୍ରମ ରାଉରକେଲାବାସୀଙ୍କ ମଧ୍ୟରେ ଏକ ନିଆରା ଅନୁଭୂତି ଦେଇଛି ।
ଏହା ମଧ୍ୟ ପଢନ୍ତୁ- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାତିରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଇଟିଭି ଭାରତ, ସୁନ୍ଦରଗଡ