ବୋଇତ ବନ୍ଦାଣ ଉତ୍ସବ ପାଳିଲେ ସୁବର୍ଣ୍ଣପୁରବାସୀ - boita bandana in subarnapur

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 27, 2023, 11:11 AM IST

ସୁବର୍ଣ୍ଣପୁର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡିଶାର ଜୀବନ ରେଖା ଭାବେ ପରିଚିତ ମହାନଦୀ ବକ୍ଷରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ଗଡଜାତ ସହରବାସୀ ସହର ପାର୍ଶ୍ବରେ ପ୍ରବାହିତ ମହାନଦୀରେ ଡଙ୍ଗା ଭସାଇଛନ୍ତି । 'ଆ-କା-ମା-ବୈ ପାନ ଗୁଆ ଖଇ' ଧ୍ବନିରେ ପ୍ରକମ୍ପିତ ହୋଇଥିଲା ମହାନଦୀ କୂଳ । ଗୃହିଣୀ ଓ ଛୋଟ ଝିଅମାନେ ଭଲିକି ଭଳି ରଙ୍ଗ ବେରଙ୍ଗର ଡଙ୍ଗା ମହାନଦୀ ଜଳର ସ୍ରୋତରେ ଭସାଇଛନ୍ତି । ସେ ଦିନର ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପୂଜା ଆରାଧନା କରିବା ସହିତ ଦୀପ ପ୍ରଜ୍ବଳନ କରିଛନ୍ତି ଶ୍ରଦ୍ଧାଳୁ । 

ଏହା ବି ପଢନ୍ତୁ...ମହାନଦୀ କୂଳରେ ବୋଇତ ବନ୍ଦାଣ , ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୋର ସମୟରୁ ମହାନଦୀର ବିଭିନ୍ନ ଘାଟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶେଷକରି ସହରର ବ୍ରିଜ ଘାଟ, ଦଶମତୀ ଘାଟ, ରଜାପଡା ଘାଟ , ତେନ୍ତୁଳି ଘାଟ, ଘୋଡ଼ାଘାଟ ପଡ଼ା, ଶନିଶ୍ଚର ଦେବଘାଟ, ରାମେଶ୍ବର ଘାଟ ଆଦିରେ ଲୋକେ ହରିବୋଲ, ହୁଳହୁଳି ଦେଇ ପୂଜା ଆରାଧନା କରି ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି । ପ୍ରତିଦିନ ସହରର ତେଲନଦୀ, କର୍ପୁର ନଦୀ ଓ ମହାନଦୀର ତ୍ରୀବେଣୀ ସଂଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହୁୁଥିବାବେଳେ ଆଜି ସଂଗମ ଘାଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ସହିତ ବାବା ରାମେଶ୍ବରଙ୍କ ପାଖରେ ଜଳଲାଗି କରି ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.