thumbnail

By

Published : Apr 13, 2023, 7:32 PM IST

ETV Bharat / Videos

କୋଲାବ ଜଳଭଣ୍ଡାରରେ ଡ଼ଙ୍ଗାବୁଡି 4 ନିଖୋଜ, ଯାତ୍ରା ଦେଖି ଫେରିବା ବେଳେ ଅଘଟଣ

କୋରାପୁଟ: ତେନ୍ତୁଳିପଡା ଘାଟରେ ଡ଼ଙ୍ଗାବୁଡି 4ଜଣ ନିଖୋଜ । ସମସ୍ତେ ଉମ୍ବେଲ ଗ୍ରାମରେ ଏକ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡଙ୍ଗାରେ 8 ଜଣ ଯାତ୍ରୀ ଥିଲେ । ହେଲେ ସେମାନଙ୍କ ମଧ୍ୟରୁ 4 ଜଣ ପହଁରି କୂଳରେ ପହଞ୍ଚି ଜୀବନ ବଞ୍ଚାଇଥିବା ବେଳେ ଆଉ 4 ଜଣ ନିଖୋଜ ଅଛନ୍ତି। ତେବେ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ 3ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡିଛି।  

ସୂଚନା ମୁତାବକ , ନନ୍ଦପୁର ବ୍ଲକ ଅନ୍ତର୍ଗତ ଉମ୍ବେଲ ଗ୍ରାମ ରୁ କୋଲାବ ଜଳ ଭଣ୍ଡାର ମଧ୍ୟ ଦେଇ ସେମିଳିଗୁଡା ବ୍ଲକ ର ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ତେନ୍ତୁଳିପଡା ଘାଟରେ ଡ଼ଙ୍ଗାବୁଡି ଯାଇଥିଲା । ତେବେ ଏନେଇ ଘଟଣା ସ୍ଥଳରେ  ପ୍ରଶାସନ ତରଫରୁ ଓଡ୍ରାଫ ଉଦ୍ଧାରକାରୀ ଦଳ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ପ୍ରଚେଷ୍ଟା କରୁଛି । ତେବେ ଜଳଭଣ୍ଡାରର ଚାରିପାଖ ଗାଁ ଗୁଡିକ ମଧ୍ୟରେ ଯିବା ଆସିବା ଲାଗି ରହିଥିବା ବେଳେ ଅସୁରକ୍ଷିତ ନୌକା ଯାତ୍ରା ଅନେକ ସମୟରେ ଏପରି ଦୁର୍ଘଟଣା ଘଟାଉଛି । ଏନେଇ ସରକାରଙ୍କ ତରଫରୁ କିଛି ଘାଟରେ ଉପଯୁକ୍ତ ମୋଟର ବୋଟ ଯୋଗାଇ ଦିଆଯାଇଥିବା ବେଳେ ଅଧିକାଂଶ ଗ୍ରାମବାସୀ ଆଜି ମଧ୍ୟ ଦେଶୀ ଡଙ୍ଗାରେ ବିପଦ ସଂକୁଳ ଯାତ୍ରା କରୁଛନ୍ତି ।  

ଇଟିଭି ଭାରତ, କୋରାପୁଟ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.