ଭାରତ ଆକାଶରେ ଚମକିଲା ଚାନ୍ଦ, ଦେଖାଗଲା ବ୍ଲୁମୁନ - ଭାରତ ଆକାଶରେ ଦେଖାଗଲା ବ୍ଲୁମୁନ
🎬 Watch Now: Feature Video


Published : Aug 30, 2023, 9:05 PM IST
ହାଇଦ୍ରାବାଦ: ଭାରତ ଆକାଶରେ ଚମକିଲା ଚାନ୍ଦ । ଦେଶର ବିଭିନ୍ନ ସ୍ଥାନରେ ଦେଖାଗଲା ବ୍ଲୁ ମୁନ୍ । ପୂର୍ଣ୍ଣ ଚନ୍ଦ୍ରମା ହୋଇଥିବାରୁ ପ୍ରତିଦିନ ଅପେକ୍ଷା ଆଜି ଆକାଶରେ ସାମାନ୍ୟ ବଡ଼ ଓ ଉଜ୍ଜଳ ଦେଖାଯାଉଛି । ଭାରତ ରାଜଧାନୀ ଦିଲ୍ଲୀ, ଲକ୍ଷ୍ନୌ, ପାଟନା ପରି କେତେକ ସହରରେ ବ୍ଲୁ ମୁନ୍ ଦେଖିବାକୁ ମିଳିଛି । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଥିଲା । ଚନ୍ଦ୍ର ବିଶେଷ କରି ପୂର୍ଣ୍ଣିମା ରାତିରେ ନୀଳ ହୋଇଥାଏ । ତେଣୁ ଏହାକୁ ବ୍ଲୁମୁନ ବୋଲି କୁହାଯାଏ । ଏହି ଦିନ ଚନ୍ଦ୍ରର ଆକାର ସବୁଦିନର ଆକାରଠାରୁ 14 ପ୍ରତିଶତ ବଡ଼ ହୋଇଥାଏ । ଏହି ଦୃଶ୍ୟ ପ୍ରତି 2 କିମ୍ବା 3 ବର୍ଷରେ ଥରେ ଦେଖାଯାଇଥାଏ । ଯଦି ବର୍ଷର ଦୁଇ କିମ୍ବା ଅଧିକ ମାସରେ ଦୁଇଟି ପୂର୍ଣ୍ଣିମା ଥାଏ, ତେବେ ସେହି ବର୍ଷକୁ ଚନ୍ଦ୍ର ବର୍ଷ ବା ମୁନ୍ ଇୟର କୁହାଯାଏ । ପୂର୍ବରୁ 2018 ମସିହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।