ଦୃଷ୍ଟିହୀନ କ୍ରିକେଟକୁ ନିଜ ଅଧିନରେ ଆଣୁ BCCI: କ୍ୟାଭି ଓଡିଶା - କ୍ୟାଭି ଓଡିଶା

🎬 Watch Now: Feature Video

thumbnail

By

Published : Dec 13, 2022, 10:21 PM IST

Updated : Feb 3, 2023, 8:35 PM IST

କଟକ: ଦୃଷ୍ଟିହୀନ କ୍ରିକେଟ ପ୍ରତି ବିସିସିଆଇ ସହାୟତାର ହାତ ବଢାଇବା ଦରକାର ବୋଲି କହିଛି ଓଡିଶା ଦୃଷ୍ଟିହୀନ କ୍ରିକେଟ ସଙ୍ଘ ( କ୍ୟାଭି ) (Cricket Association for the Visually Impaired Odisha) । ବର୍ତ୍ତମାନ ସମୟରେ ଦୃଷ୍ଟିହୀନ କ୍ରିକେଟରେ ମଧ୍ୟ ଭାରତୀୟ ଦଳ ବେଶ ପ୍ରଭାବୀ ପଦର୍ଶନ କରୁଛି । ବିଶ୍ବକପ ତଥା ଅନ୍ୟାନ୍ୟ ଶୃଙ୍ଖଳା ମ୍ୟାଚ ସବୁଥିରେ ଭାରତୀୟ ଖେଳାଳି ସେମାନଙ୍କର ଦବଦବା ଜାହିର କରିବାରେ ଲାଗିଛନ୍ତି । ହେଲେ ଏଯାବତ ବିସିସିଆଇ କ୍ୟାଭି ଇଣ୍ଡିଆକୁ ନିଜ ଅଧିନକୁ ନେଇନାହିଁ । ବର୍ତ୍ତମାନ ସମୟରେ ବିସିସିଆଇ ଏକ DCCI (Differently Abled Cricket Council of India) ବୋର୍ଡ ଗଠନ କରିଛି । ଯାହା ଅଧୀନରେ ଏହି ଦୃଷ୍ଟିହୀନ କ୍ରିକେଟ ଆସୁଛି । ବିସିସିଆଇର ଯେପରି ମହିଳା କ୍ରିକେଟକୁ ପ୍ରୋତ୍ସାହନ ମିଳୁଛି ସେହିପରି ଦୃଷ୍ଟିହୀନ କ୍ରିକେଟକୁ ମିଳିବା ଦରକାର ବୋଲି କହିଛନ୍ତି କ୍ୟାଭି ଓଡିଶା ସଭାପତି ମହମ୍ମଦ ଜାଫର ଇକବାଲ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.