ଯାଜପୁରରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା କର୍ମଶାଳା

By ETV Bharat Odisha Team

Published : Dec 29, 2023, 10:06 AM IST

thumbnail

Vishwakarma Yojana Workshop: ଯାଜପୁର: ଜିଲ୍ଲା ବିଜେପି ପକ୍ଷରୁ ପକ୍ଷରୁ ଜହ୍ନା ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣଙ୍କ ଲୋକଙ୍କ ବିକାଶ ପାଇଁ ଆରମ୍ଭ ହେଇଛି ବିଶ୍ୱକର୍ମା ଯୋଜନା । ତେବେ ଯାଜପୁର ଜିଲ୍ଲାରେ କିଭଳି ଏହି ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେବ ଓ ସାଧାରଣ ଲୋକ କିଭଳି ଏଥିରେ ଉପକୃତ ହୋଇପାଇବେ ସେନେଇ ଜିଲ୍ଲା ବିଜେପି ଏକ କର୍ମଶାଳା ଆୟୋଜନ କରିଛି । 

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁରରେ 'ଫିର ଆଏଗା ମୋଦି' ଗୀତ ଉନ୍ମୋଚିତ

ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ଓବିସି ସଭାପତି ସୁରତ ବିଶ୍ୱାଳ ଓ ରାଜ୍ୟ ଦଳିତ ସେଲ ସମ୍ପାଦକ ରବିନାରାୟଣ ବେହେରା ଯୋଗଦେଇ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ସମ୍ପର୍କରେ ଦଳୀୟ କର୍ମୀଙ୍କୁ ସଚେତନ କରିଥିଲେ । ଏହି କର୍ମଶାଳାରେ 7ଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.