କାଲିଠୁ ସାରା ରାଜ୍ୟରେ ଗର୍ଜିବ ବିଜେପି, ୧୮ ଯାଏଁ ଚାଲିବ ଆନ୍ଦୋଳନ - ଓଡିଶା ବିଜେପି

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 13, 2023, 9:37 PM IST

ଭବାନୀପାଟଣା: ରାଜ୍ୟରେ ଗର୍ଜିବ ବିଜେପି । ଆସନ୍ତାକାଲି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଏବଂ ପୌରାଞ୍ଚଳ ଘେରିବ ବିଜେପି । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏଥର 2024 ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରାଇବା ସହ ବିଜେପି ରାଜ୍ୟରେ ନିଶ୍ଚିତ ସରକାର ଗଠନ କରିବ ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ।

ରାଜ୍ୟରେ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଦଳ । କେନ୍ଦ୍ର ସରକାର ରାଜ୍ୟକୁ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି । ଏହାକୁ ରାଜ୍ୟ ସରକାର ସଠିକ ବିନିଯୋଗ କରି ପାରୁନାହାନ୍ତି । ଏହି ବିଜେଡି ସରକାର ହେଉଛି ସମ୍ପୂର୍ଣ୍ଣ ଫେଲ ସରକାର ସମସ୍ତ କ୍ଷେତ୍ରରେ ଏହି ବିଜେଡି ସରକାର ଫେଲ ମାରିଛି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଏବଂ ରୋଜଗାର ଦେବାରେ ଫେଲ ମାରିଛି ବିଜେଡ଼ି ସରକାର । କାରଣ ଏହି ସରକାର ଥିବାଯାଏଁ ବେରୋଜଗାରୀ ବହୁ ମାତ୍ରାରେ ବଢ଼ିବାରେ ଲାଗିଛି । ବେରୋଜଗାରୀ ବଢିବା ଯୋଗୁଁ ଦାଦନ ଶ୍ରମିକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ସ୍ଥାନଥିଲେ ମଧ୍ୟ ଶିଳ୍ପ କ୍ଷେତ୍ରରେ ବା ରୋଜଗାର କ୍ଷେତ୍ରରେ କୌଣସି କ୍ଷେତ୍ରରେ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । 

ଏହା ମଧ୍ୟ ପଢନ୍ତୁ ....ରାଜ୍ୟର ଆଇନ ପରିସ୍ଥିତି ଭୁଶୁଡି ଯାଇଛି: ବିଜେପି

ବର୍ତ୍ତମାନ ସରକାର ଆମ ଓଡ଼ିଶା ନବୀନ ଓଡିଶା କରି ବ୍ୟାପକ ଦୁର୍ନୀତି କରୁଛନ୍ତି । ନବୀନ ଓଡିଶା ନାମରେ ଲୋକଙ୍କ 3700 କୋଟି ଟଙ୍କା ଆତ୍ମସାତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ଦଳ । ତେବେ ଆସନ୍ତା ୧୪ ନଭେମ୍ବରରୁ ୧୮ ନଭେମ୍ବର ଯାଏଁ ବିଜେପିର ବିଭିନ୍ନ ସଂଗଠନ ପ୍ରତି ବ୍ଲକ ଏବଂ ପଞ୍ଚାୟତସ୍ତରରେ ଜନ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିରେ ବିଭିନ୍ନ ବ୍ଲକ ସହ ମୁନିସିପାଳିଟି ଅଫିସକୁ ମଧ୍ୟ ଘେରାଉ କରିବ ।

ଇଟିଭି ଭାରତ, କଳାହାଣ୍ଡି
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.