ବିଜେପି ପକ୍ଷରୁ ବେଗୁନିଆ ଓ ବୋଲଗଡ଼ ବ୍ଲକ ଘେରାଉ - ବୋଲଗଡ଼ ବ୍ଲକ ଘେରାଉ କଲା ବିଜେପି
🎬 Watch Now: Feature Video
Published : Nov 20, 2023, 8:47 PM IST
ଖୋର୍ଦ୍ଧା: ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ଜାରି ରହିଛି । ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପାଇଖାନା ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାଦନ ସମସ୍ୟା, ରାସନ କାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,ଜଳ ସେଚନ ବ୍ୟବସ୍ଥାରେ ଦୁର୍ନୀତି, ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଇତ୍ୟାଦି ଲାଗି ରହିଛି । ଏହାକୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ତରଫରୁ ରାଜ୍ୟ ସରକାରଙ୍କ ବିରୋଧରେ ବେଗୁନିଆ ଓ ବୋଲଗଡ ବ୍ଲକ ଘେରାଉ କରାଯାଇଛି ।
ଶତାଧିକ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି କିନ୍ତୁ ରାଜ୍ୟ ସରକାର ଯେଉଁମାନେ ଘର ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଘର ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି । ସେହିପରି ରାସନ କାର୍ଡରେ ମଧ୍ୟ ଦୁର୍ନୀତି ବ୍ୟାପକ ହୋଥିବା ଅଭିଯୋଗ କରିଛି ଦଳ । ଏହି ପରିପ୍ରେକ୍ଷୀରେ ଆଜି ବେଗୁନିଆ ଓ ବୋଲଗଡ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ବ୍ଲକ ଘେରାଉ ବେଳେ ବିଜେପି କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା ।ବିଜେପି ନେତା ପ୍ରକାଶ ବିଜୁଳିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସ୍ଥାନୀୟ ପୋଷ୍ଟ ଅଫିସ ଛକରେ ଏକତ୍ରିତ ହୋଇ ପଦଯାତ୍ରାରେ ବଜାର ପରିକ୍ରମା କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହାସହ ବ୍ଲକ ଆଗରେ ଆନ୍ଦୋଳନରେ ବସିଥିଲେ ବିଜେପି କର୍ମୀ । ସରକାରୀ ଅଧିକାରୀମାନେ ପିସି ନେଇ କାମ କରୁଛନ୍ତି । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଛି । ତେଣୁ ଏହାକୁ ବିଜେପି ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ।
ଏହା ମଧ୍ୟ ପଢନ୍ତୁ.....ଦୁର୍ନୀତି ପ୍ରତିବାଦରେ ଅନୁଗୋଳର ୩ଟି ବ୍ଲକ ଘେରାଉ କଲା ବିଜେପି
ଇଟିଭି ଭାରତ, ଖୋର୍ଦ୍ଧା