thumbnail

By ETV Bharat Odisha Team

Published : Nov 20, 2023, 9:48 PM IST

ETV Bharat / Videos

କେନ୍ଦ୍ରାପଡାରେ ବିଜେପିର ବ୍ଳକ ଘେରାଉ, ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ବିରୋଧ

କେନ୍ଦ୍ରାପଡା: ରାଜ୍ୟରେ ବିଜେଡି ନେତାମାନେ ସାଧାରଣ ଜନତାଙ୍କ ହକ୍ ଓ ଅଧିକାରକୁ ଲୁଟ୍ କରି ଚାଲିଛନ୍ତି ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେପି ଅଭିଯୋଗ କରିଛି । ନବୀନ ପଟ୍ଟନାୟକ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ଜିଲା ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକ୍ ଓ ଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ରାଜ୍ୟର ସାଧାରଣ ଜନତା ନିଜ ହକ୍ ଓ ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ବେଳେ ସରକାରୀ ସ୍ତରରେ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚି ଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି l

ଏହା ମଧ୍ୟ ପଢନ୍ତୁ...ଅନୁଗୋଳରେ ବିଜେପିର ବ୍ଲକ ଘେରାଉ, ଦୁର୍ନୀତି ବିରୋଧରେ ପ୍ରତିବାଦ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରାଙ୍କ ନେତୃତ୍ଵରେ କେନ୍ଦ୍ରାପଡା ବ୍ଲକର ୨୭ ଗୋଟି ପଞ୍ଚାୟତର କର୍ମୀ ଓ ଦଳୀୟ ନେତା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା ବେଳେ ଆଳି ବ୍ଲକର ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ନେତୃବୃନ୍ଦ ଆଳି ବଜାର ପରିକ୍ରମା କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ଏହି ଦୁଇଟି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ,ଡକ୍ଟର କଳ୍ପନା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ l

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.