ପାଣ୍ଡିଆନଙ୍କୁ ସୌମ୍ୟଙ୍କ ତେରେଚ୍ଛା ବାଣ, ପ୍ରଶଂସାରେ ପୋତିଲା ବିଜେପି
🎬 Watch Now: Feature Video
କଟକ: ସୌମ୍ୟଙ୍କୁ ବିଜେପିର ସାଧୁବାଦ । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ ଲେଖିଥିବା "ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା" ଆଲେଖ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି। ସେ କହିଛନ୍ତି, " ନିଜ ଲେଖା ମାଧ୍ୟମରେ ସୌମ୍ୟରଞ୍ଜନ ପଟ୍ଟନାୟକ ସତ୍ୟକୁ ସାମ୍ନାକୁ ଆଣିଛନ୍ତି। ତେଣୁ ତାଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇବା ସହ ଲୋକଙ୍କ ଅନ୍ତକରଣକୁ ସେ ଲେଖାରେ ପ୍ରକାଶ କରିଛନ୍ତି। ଓଡ଼ିଶାରେ ପଲିଟିକାଲ ସିଷ୍ଟମ୍ ନଷ୍ଟ ହୋଇଛି। କେବଳ ପ୍ରଦୀପ ପାଣିଗ୍ରାହୀଙ୍କୁ ଛାଡି ତାଙ୍କ ଦଳର ୧୦୦ ଜଣ ବିଧାୟକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।"
ଏହା ବି ପଢନ୍ତୁ- ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ଭଦ୍ରବ୍ୟକ୍ତିର କାମ ନୁହେଁ: ସୌମ୍ୟ
ସେ ଆହୁରି କହିଛନ୍ତି, "ଏଠି ମୁଖ୍ୟମନ୍ତ୍ରୀଙ୍କୁ କେହି ଭେଟି ପାରୁନାହାନ୍ତି । ବିଧାୟକମାନଙ୍କୁ ସର୍କିଟ ହାଉସରେ ତାଲା ପକାଇ ସଚିବ ରାଜନୀତି କରୁଛନ୍ତି ।" ତେବେ ରାଜ୍ୟରେ ବର୍ତ୍ତମାନ ସଚିବ ବିଧାୟକ ଓ ମନ୍ତ୍ରୀଙ୍କୁ ଟପି ସାରିଲେଣି । ଯାହାକୁ ନେଇ ଏକ ସୁସ୍ଥ ଗଣତନ୍ତର ଅବସ୍ଥା ଆଗାମୀ ଦିନରେ କଣ ହେବ ତାହାକୁ ନେଇ ଚର୍ଚ୍ଚା ଚାରିଆଡେ । ବର୍ତ୍ତମାନ ସମୟରେ ସୌମ୍ୟ ରଞ୍ଜନ ତାଙ୍କ ଆଲେଖ୍ୟରେ 5T ସଚିବଙ୍କୁ ମାରୁଛନ୍ତି ତେରେଚ୍ଛା ବାଣ । ତେବେ ଏଭଳି ସ୍ଥଳେ ବିଧାୟକ ମନ୍ତ୍ରୀଙ୍କ ଭବିଷ୍ୟତକୁ ନେଇ ସୌମ୍ୟ ରଞ୍ଜନଙ୍କ ପ୍ରଶ୍ନ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ଇଟିଭି ଭାରତ, କଟକ