ଭୁବନେଶ୍ୱରରେ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସୁଧାଂଶୁ ତ୍ରିବେଦୀ
🎬 Watch Now: Feature Video
ଭୁବନେଶ୍ବର: ଭାରତରେ ଜୀ-20 ଆୟୋଜନ ଚାଲିଛି । ଏନେଇ ଆଜି ଭୁବନେଶ୍ବରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ Y-20 (Young-20)ରେ ଯୋଗଦେବା ପାଇଁ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହି ଅବସରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ।
ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ । ସେ କହିଛନ୍ତି, "ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଥିଲା । କିନ୍ତୁ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ସଂକଳ୍ପ ନେଇଛନ୍ତି ସମସ୍ତ ଗରିବ ହିତାଧିକାରୀ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇପାରିବେ । କିନ୍ତୁ ଏଠାରେ ଏନେଇ ବହୁତ ଅନିୟମିତତା ରହିଛି । କେବଳ ଅନିୟମିତତା ନୁହେଁ, ଏଠାରେ ଯୋଜନାକୁ ନେଇ ଅପରାଧ ମଧ୍ୟ ହଉଛି । ପ୍ରାୟ ୨୮ ଲକ୍ଷ ଲୋକ ଏହି ଯୋଜନା ପାଇବା ପାଇଁ ଧର୍ଯ୍ୟ କରାଯାଇଛି । କିନ୍ତୁ ସରକାର ଗରିବଙ୍କ ପାଇଁ ସମ୍ବେଦନଶୀଳ ନୁହନ୍ତି । କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଘରେ ଉଜାଲା ଦେଖିବାକୁ ଚାହାନ୍ତି । କିନ୍ତୁ ରାଜ୍ୟ ସହଯୋଗ କରୁନାହିଁ ।"
ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଘନ ଘନ ଗସ୍ତ କରୁଛନ୍ତି । ଆସନ୍ତା ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭଦ୍ରକ ଆସିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ବିଜେପି ସାଂସଦ ଓଡ଼ିଶାରେ ପହଞ୍ଚି ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର