ETV Bharat / bharat

6ଟି ବଡ ବଡ ଟ୍ରଙ୍କରେ ତାମିଲନାଡୁ ସରକାରଙ୍କୁ ମିଳିବ ସୁନା ଓ ହୀରା ଗହଣା, ଜାଣନ୍ତୁ କାହିଁକି - JAYALALITHAA JEWELRY CASE

ତାମିଲନାଡୁ ସରକାରଙ୍କୁ ମିଳିବ ଖଜାନା । 6ଟି ବଡ ବଡ ଟ୍ରଙ୍କରେ ମିଳିବ ସୁନା ଓ ହୀରା ଅଳଙ୍କାର । ଜାଣନ୍ତୁ କାହିଁକି

Jayalalithaa jewelry case
Jayalalithaa jewelry case (ETV Bharat)
author img

By ETV Bharat Odisha Team

Published : Jan 31, 2025, 7:44 PM IST

ବେଙ୍ଗାଲୁରୁ: ତାମିଲନାଡୁ ସରକାରଙ୍କୁ ମିଳିବ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁନା ଓ ହୀରା ଅଳଙ୍କାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସୁନା ଗହଣା ତାମିଲନାଡୁ ସରକାରଙ୍କୁ ପ୍ରଦାନ କରିବାକୁ କୋର୍ଟଙ୍କ ନିଷ୍ପତ୍ତି । ଜିଲ୍ଲା ଦୌରା ଏବଂ ସେସନ କୋର୍ଟ ଶୁକ୍ରବାର ଏହି ବଡ ନିଷ୍ପତ୍ତି ଶୁଣାଇଛନ୍ତି ।

କୋର୍ଟଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କି, ତାମିଲନାଡୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବା ଆବଶ୍ୟକ । ଏହା ସହିତ ଗହଣା ନେବା ପାଇଁ ଜଣେ ଫଟୋଗ୍ରାଫର, ଜଣେ ଭିଡିଓଗ୍ରାଫର ଏବଂ 6ଟି ବଡ ବଡ ଟ୍ରଙ୍କ ଧରି ଆସିବାକୁ ତାମିଲନାଡୁ ସରକାରଙ୍କୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- 'ତାମିଲନାଡୁରୁ ଲୌହ ଯୁଗ ଆରମ୍ଭ', ୫୩୦୦ ବର୍ଷ ଇତିହାସ ହିସାବ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ - IRON AGE BEGAN IN TAMIL NADU

ଆରଟିଆଇ କାର୍ଯ୍ୟକର୍ତ୍ତା ଟି ନରସିଂମା ମୂର୍ତ୍ତିଙ୍କ ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଏପରି ନିଷତ୍ତି ଜଣାଇଛନ୍ତି କୋର୍ଟ । ଏହା ସହିତ ଆସନ୍ତା ମାସ ଫେବୃଆରୀ 14 ଏବଂ 15 ତାରିଖରେ କୋର୍ଟରେ ହାଜର ହେବାକୁ ନରସିଂମାଙ୍କୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହା ପୂର୍ବରୁ ଏହି ମାମଲାରେ ଶୁଣାଣି କରି ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସଂପର୍କୀୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଜୟଲଳିତାଙ୍କ ସଂପର୍କୀୟ ଆବେଦନ କରିଥିଲେ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମ୍ପତ୍ତିରେ ସେମାନଙ୍କର ଅଧିକାର ରହିଛି । ଏହା ପରେ ସ୍ପେଶାଲ କୋର୍ଟ ମଧ୍ୟ ଏହି ମାମଲାରେ ସମାନ ରାୟ ଶୁଣାଇଥିଲେ ।

ଜାଣନ୍ତୁ ତାମିଲନାଡୁ ସରକାରଙ୍କୁ କେଉଁ କେଉଁ ଗହଣା ମିଳିବ ?

  • 468 ପ୍ରକାରର ସୁନା ଏବଂ ହୀରା ଅଳଙ୍କାର ମିଳିବ । ଯାହାର ଓଜନ 7,040 ଗ୍ରାମ ।
  • 700 କେଜିର ରୁପା ଗହଣା
  • 740 ଦାମୀ ସ୍ଲିପର୍
  • 11,344 ସିଲ୍କ ଶାଢୀ
  • 250 ସାଲ୍
  • 12ଟି ଫ୍ରିଜ୍
  • 10ଟି ଟିଭି ସେଟ୍
  • 8ଟି ଭିସିଆର
  • ଗୋଟିଏ ଭିଡିଓ କ୍ୟାମେରା
  • 4ଟି ସିଡି ପ୍ଲେୟାର
  • 2ଟି ଅଡିଓ ଡେକ୍
  • 24ଟି ଟୁ-ଇନ୍-ଓ୍ବାନ ଟେପ ରେକର୍ଡ୍ସ
  • 1040ଟି ଭିଡିଓ କ୍ୟାସେଟ
  • 3ଟି ଆଇରନ ଲକର
  • 1,93,202 ଟଙ୍କା

ଏହା ସହିତ ଅନ୍ୟାନ୍ୟ ଜବତ ସାମଗ୍ରୀ ମିଳିବ ତାମିଲନାଡୁ ସରକାରଙ୍କୁ ବୋଲି କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.