ETV Bharat / state

ବଜେଟରେ ଓଡ଼ିଶାର କଣ ରହିବ ଆଶା ? ଶୁଣନ୍ତୁ ଅର୍ଥନୀତି ବିଶେଷଜ୍ଞଙ୍କ ମୁହଁରୁ - PARLIAMENT BUDGET SESSION

ଆସନ୍ତାକାଲି କେନ୍ଦ୍ରୀୟ ବଜେଟ ଉପସ୍ଥାପନ, ଓଡ଼ିଶାକୁ କଣ ମିଳିବା ଆବଶ୍ୟକ ଓ କଣ ରହିଛି ଆଶା ଶୁଣନ୍ତୁ ଅର୍ଥନୀତି ବିଶେଷଜ୍ଞଙ୍କ ମୁହଁରୁ...

Union budget 2025
Union budget 2025 (ETV Bharat)
author img

By ETV Bharat Odisha Team

Published : Jan 31, 2025, 8:15 PM IST

ଭୁବନେଶ୍ୱର: ଆରମ୍ଭ ହୋଇଛି ସଂସଦ ବଜେଟ ଅଧିବେଶନ । ଆସନ୍ତାକାଲି ୨୦୨୫- ୨୬ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଧନୀ, ମଧ୍ୟବିତ୍ତ, ଗରିବ ସମସ୍ତଙ୍କ ନଜର ରହିଛି ଏହି ବଜେଟ ଉପରେ । ଅନ୍ୟପଟେ ବଜେଟ ଉପସ୍ଥାପନ ଥିବାରୁ ଶନିବାର ହୋଇଥିଲେ ସୁଦ୍ଧା ଆସନ୍ତାକାଲି ଷ୍ଟକ ମାର୍କେଟ ଖୋଲା ରହିବ ।

Economist reactions over special focus to Odisha in budget (ETV Bharat Odisha)

କାଲି ଖୋଲା ରହିବ ଷ୍ଟକ ମାର୍କେଟ:

ଭାରତରେ ଷ୍ଟକ୍ ଏକ୍ସଚେଞ୍ଜ ସାଧାରଣତଃ ଶନିବାର ଏବଂ ରବିବାର ବନ୍ଦ ହୋଇଥାଏ । କେନ୍ଦ୍ରୀୟ ବଜେଟ ହେତୁ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଖୋଲା ରହିବ । ସାଧାରଣ ବାଣିଜ୍ୟ ପାଇଁ ଉଭୟ ଏକ୍ସଚେଞ୍ଜ ସକାଳ ୯ଟା ୧୫ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ।

କଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ:
ଅର୍ଥନୀତି ବିଶେଷଜ୍ଞ ରାଜୀବ ସାହୁ କହିଛନ୍ତି, "୨୦୨୫-୨୬ ବଜେଟ ଆସନ୍ତାକାଲି ଉପସ୍ଥାପନ କରାଯିବ । ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିଛି । ଅର୍ଥନୈତିକ ସର୍ଭେ ଅନୁଯାୟୀ ଆମ ସ୍ଥିତି କଣ, କେଉଁ କ୍ଷେତ୍ରରେ ଆମର ପ୍ରଦର୍ଶନ କିଭଳି ରହିଛି, କେଉଁ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି, କେଉଁଠି କେଉଁଠି ସମସ୍ୟା ରହିଛି ସେ ସମ୍ବନ୍ଧରେ ଜାଣିପାରିବା ।"

'ଷ୍ଟାର୍ଟ- ଅପ' ବଜେଟରେ ପ୍ରାବଧାନ ରହିବାର ଆବଶ୍ୟକ:

ସେ ଆଉ ମଧ୍ୟ କହିଛନ୍ତି," ବୈଦେଶିକ ମୁଦ୍ରା ଭଣ୍ଡାର (ଫରେନ ଏକ୍ସଚେଞ୍ଜ ରିଜର୍ଭ) କମୁଛି । ଫରେନ ଏକ୍ସଚେଞ୍ଜ ରେଟ ବା ରୁପି ଦୁର୍ବଳ ହେଉଛି । ଆମର ମୁଦ୍ରାସ୍ପୀତି ଅଧିକ ହେଉଛି ଯାହା ଆକଳନରୁ ବାହାରେ ରହିଛି । ନିଯୁକ୍ତି କ୍ଷେତ୍ରରେ ଆଶାନୁରୂପ ଉନ୍ନତି ହୋଇପାରୁ ନାହିଁ । ବେରୋଜଗାରୀ ବଢି ବଢି ଚାଲିଛି । ଉତ୍ପାଦନ କ୍ଷେତ୍ରରେ ବିଗତ କିଛି ବର୍ଷ ହେଲା ଆଶାନୁରୂପ ଫଳ ମିଳିନାହିଁ । ଘରୋଇ ବିନିଯୋଗ ଆଶାନୁରୂପ ଫଳ ଦେଇପାରିନାହିଁ । ଷ୍ଟାର୍ଟ- ଅପକୁ ନେଇ ବଜେଟରେ ପ୍ରାବଧାନ ରହିବାର ଆବଶ୍ୟକ ରହିଛି ।"

ଗ୍ରାମାଞ୍ଚଳର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଫୋକସର ଆବଶ୍ୟକ:

ଗ୍ରାମାଞ୍ଚଳର ବିକାଶ ଓ ଅଧିକ ନିଯୁକ୍ତି କିଭଳି ହୋଇପାରିବ ତାହା ଉପରେ ଫୋକସ ରହିଛି । ଋଣ ଭାର କିଭଳି ନିୟନ୍ତ୍ରଣ ରହିବ । ବଜେଟରେ ସଂସ୍କାର କଣ କଣ ଆସିବ ତାହା ଉପରେ ମଧ୍ୟ ନଜର ରହିବ । କୃଷି କ୍ଷେତ୍ରରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ନୂତନ ଉତ୍ପାଦ ଆସୁନାହିଁ । ମଧ୍ୟବିତ୍ତ ପରିବାର ପାଇଁ ଟ୍ୟାକ୍ସରେ ରିହାତି ରହିବା ନେଇ ଆଶା ରହିଛି ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।

ଏହାମଧ୍ୟ ପଢନ୍ତୁ...

ରେଳବାଇ ବଜେଟକୁ ଓଡ଼ିଶାର ଅପେକ୍ଷା: ବଢ଼ିବ କି ଆବଣ୍ଟନ ରାଶି, ମିଳିବ କି ନୂଆ ରେଳ ପ୍ରକଳ୍ପ ?

ଏଥର ସ୍ୱାସ୍ଥ୍ୟ ବଜେଟରେ ବୈପ୍ଲବିକ ପରିବର୍ତ୍ତନ ! ଆଶା ପ୍ରକାଶ କଲେ ମନ୍ତ୍ରୀ

କେନ୍ଦ୍ର ବଜେଟରୁ କ’ଣ ରହିଛି ଓଡ଼ିଶାର ଆଶା, ପ୍ରାକ-ବଜେଟ୍‌ ସମ୍ମିଳନୀରେ କଣ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ?

ଓଡିଶା ପାଇଁ ସ୍ଵତନ୍ତ୍ର ଆଶା:

ରାଜୀବ ସାହୁ ଆଉମଧ୍ୟ କହିଛନ୍ତି," ଟିକସ ସରଳୀକରଣ ହେବା ଆବଶ୍ୟକ । ଯେତେବେଳେ ସରଳୀକରଣ ହେବ ଯେତେବେଳେ ଟାକ୍ସ ଅଧିକ ପାଇବାର ସମ୍ଭାବନା ରହିଛି । ତିକ୍ତତା ଦ୍ଵାରା ଟିକସ ନକରାଯାଇ ସରଳୀକରଣ ଦ୍ଵାରା ଟିକସ ଆଦାୟ କରାଗଲେ ଭଲ ହେବ । ଜିଏସଟିକୁ ସରଳୀକରଣ କରିବାର ଆବଶ୍ୟକ ରହିଛି । ଓଡିଶା ପାଇଁ ସ୍ଵତନ୍ତ୍ର ଭାବରେ ଆଶା କରାଯାଉଛି । ପର୍ଯ୍ୟଟନ, ଶିଳ୍ପ, ରେଳ ଆଦି କ୍ଷେତ୍ରରେ ଅଧିକ ଆଶା କରାଯାଉଛି ଯାହା ଓଡ଼ିଶାକୁ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.