ETV Bharat / technology

ଭାରତରେ Skodaକୁ ପୂରିଲା 25ବର୍ଷ; ଜାଣନ୍ତୁ କମ୍ପାନୀର ଯାତ୍ରାଠୁ ଆଗାମୀ ଯୋଜନାବଳୀ - SKODA MARKS 25 YEARS IN INDIA

ଭାରତରେ ସ୍କୋଡା 25ବର୍ଷ ପୂରଣ କରିଛି। ଏହି ଅବସରରେ ଜାଣନ୍ତୁ କମ୍ପାନୀର ଐତିହାସିକ ଯାତ୍ରାଠୁ 2030 ପର୍ଯ୍ୟନ୍ତ ଯୋଜନାବଳୀ...

SKODA MARKS 25 YEARS IN INDIA
SKODA MARKS 25 YEARS IN INDIA (Image Credit- Skoda India)
author img

By ETV Bharat Tech Team

Published : Jan 31, 2025, 8:04 PM IST

ହାଇଦ୍ରାବାଦ: ଗତ 25ବର୍ଷ ପୂର୍ବେ ସ୍କୋଡା ଇଣ୍ଡିଆ ଭାରତୀୟ ବଜାରରେ ପ୍ରବେଶ କରିଥିଲା । 2000 ମସିହାରେ ଏହା ଭାରତରେ ପ୍ରବେଶ କରିଥିବା ବେଳେ ମହାରାଷ୍ଟ୍ର ସ୍ଥିତ ଛତ୍ରପତି ସମ୍ଭାଜିନଗର (ପୂର୍ବରୁ ଔରଙ୍ଗାବାଦ)ରେ ଏହାର ପ୍ରଥମ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ସ୍ଥାପିତ କରିଥିଲା । ଭାରତରେ ଆସି ଓ ନିଜର ସ୍ଥାନ ପକ୍କା କରିବାରେ ସ୍କୋଡା ପ୍ରଥମ Volkswagen ଗ୍ରୁପ ବ୍ରାଣ୍ଡ ଥିଲା ।

ସ୍କୋଡାର ଇତିହାସ

  • ଡିସେମ୍ବର 1895ରେ ଭାକଲାଭ ଲରିନ୍‌ ଏବଂ ଭାକ୍ଲାଭ କ୍ଲେମେଣ୍ଟ କମ୍ପାନୀ ପ୍ରତିଷ୍ଠା କରିଥିଲେ ଯାହାକି ବିଶ୍ବବ୍ୟାପୀ ସଫଳ ଉତ୍ପାଦକ 'ସ୍କୋଡା ଅଟୋ'ରେ ପରିଣତ ହୋଇଥିଲା ।
  • ସାଇକେଲ ଉତ୍ପାଦନରେ ଆରମ୍ଭ କରିବା ପରେ ଲରିନ୍ ଓ କ୍ଲେମେଣ୍ଟ 1899ରୁ ମୋଟରସାଇକେଲ ଏବଂ 1905ରୁ କାର ଉତ୍ପାଦନ କରିଥିଲେ । 1925କୁ SKODA ଲୋଗୋ ସହିତ ଏହାର ବିକ୍ରି ଆରମ୍ଭ ହୋଇଥିଲା ।
  • ସେପ୍ଟେମ୍ବର 2017ରେ ସ୍କୋଡା ଅଟୋ 20 ନିୟୁତ ଯାନ ନିର୍ମାଣ ମାଇଲଖୁଣ୍ଟକୁ ଅତିକ୍ରମ କରିଥିଲା ।

ଭାରତରେ ସ୍କୋଡାର ପ୍ରଥମ ମଡେଲ

ଭାରତରେ କମ୍ପାନୀ Skoda Octavia ମଡେଲକୁ ଆଣିଥିଲା । ଏହାପରଠାରୁ କମ୍ପାନୀ ଲାଗି ଭାରତ ଏକ ପ୍ରମୁଖ ବଜାର ହୋଇପାରିଛି । ଆଜି କମ୍ପାନୀ ଭାରତରେ ହିଁ ନିଜ ପ୍ରଡକ୍ଟର ଉତ୍ପାଦନ କରୁଛି । କୁଶାକ୍‌, ସ୍ଲାଭିଆ ସହ ନିକଟରେ କିଲାକ୍‌ କମ୍ପାକ୍ଟ SUVକୁ ଭାରତରେ ଉତ୍ପାଦିତ ହୋଇଥିବା ବେଳେ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛି । କିଲାକ୍‌କୁ କମ୍ପାନୀ ଏହାର ପୁଣେ ପ୍ଲାଣ୍ଟରେ ନିର୍ମିତ କରିଛି ।

ଭାରତରେ ଲଞ୍ଚ କରିଥିବା ଲୋକପ୍ରିୟ ଯାନ

ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିଥିବା ପ୍ରଥମ ସ୍କାଡୋ ମଡେଲ ହେଉଛି ମଡର୍ଣ୍ଣ ଅକ୍ଟାଭିଆର ପ୍ରଥମ ଜେନେରେସନ । ଏହାପରେ ଅନ୍ୟ ସ୍କୋଡା ମଡେଲ ଯେପରିକି Fabia, Rapid, Superb ଓ Kodiaq ପ୍ରଭୃତି ଭାରତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା । ଏହାପରେ ଭାରତୀୟ ବଜାର ଲାଗି କମ୍ପାନୀ 2018ରେ MQB-A0-IN ପ୍ଲାଟଫର୍ମ ଆଣିଥିଲା । ଏହି ପ୍ଲାଟଫର୍ମରେ କମ୍ପାନୀ ପ୍ରଥମ କାର ଭାବେ କୁଶାକ୍‌ର ଉତ୍ପାଦନ କରିଥିଲା, ଯାହାର ଉତ୍ପାଦନ ପୁଣେ ପ୍ଲାଣ୍ଟରେ 2021ରେ ହୋଇଥିଲା । ଏହାର ଗୋଟିଏ ବର୍ଷ ପରେ ସ୍ଲାଭିଆ ସେଡାନ ମଧ୍ୟ ଲଞ୍ଚ ହୋଇଥିଲା । ଏହାର ଉତ୍ପାଦନ ମଧ୍ୟ ପୁଣେ ପ୍ଲାଣ୍ଟରେ ହୋଇଥିଲା । ଭାରତୀୟ ବଜାରରେ ସ୍କୋଡା ପୋର୍ଟଫୋଲିଓରେ ଲାଟେଷ୍ଟ ମଡେଲ ହେଉଛି କିଲାକ୍‌ ଏସୟୁଭି, ଯାହାକି ଖୁବ କମ ସମୟ ମଧ୍ୟରେ ବଜାରରେ ଲୋକପ୍ରିୟତା ହାସଲ କରିଛି । ଏହା ଲଞ୍ଚ ହେବାର ମାତ୍ର 10 ଦିନ ମଧ୍ୟରେ 10ହଜାର ଅର୍ଡର ହାସଲ କରିଥିଲା ।

ଭାରତରେ ସର୍ବାଧିକ ସ୍କୋଡା ବିକ୍ରି କାର

ସ୍କୋଡାର ଦାବି ଅନୁସାରେ ଭାରତୀୟ ବଜାରରେ ଏହାର ଅକ୍ଟାଭିଆ କାର ସର୍ବାଧିକ ସେଲିଂ କାର ହୋଇପାରିଛି । ଖାଲି ଭାରତୀୟ ବଜାର ନୁହେଁ, ବିଶ୍ବ ସ୍ତରୀୟ ବଜାରରେ ମଧ୍ୟ ଏହା ସ୍କୋଡାର ବେଷ୍ଟ ସେଲିଂ କାର ହୋଇପାରିଛି । ଦେଶରେ ଅକ୍ଟାଭିଆ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ନେମପ୍ଲେଟ୍‌ ହୋଇପାରିଛି ।

ସ୍କୋଡାର ଆଗାମୀ କାର

  • ସ୍କୋଡା ଅକ୍ଟାଭିଆ ଫେସଲିଫ୍ଟ
  • ସ୍କୋଡା Superb
  • ସ୍କୋଡା Enyaq
  • ସ୍କୋଡା Elroq
  • ସ୍କୋଡା ସ୍ଲାଭିଆ ଫେସଲିଫ୍ଟ
  • ସ୍କୋଡା ନ୍ୟୁ କୋଡିଆକ୍‌
  • ସ୍କୋଡା କୁସାକ୍‌ ଫେସଲିଫ୍ଟ

ଭାରତରେ ସ୍କୋଡାକୁ ସଫଳତା

ଭାରତରେ ସ୍କୋଡାର ବିଭିନ୍ନ କାରକୁ ଭିନ୍ନ ଭିନ୍ନ ସମୟରେ ପୁରସ୍କାର ସହିତ ସମ୍ମାନିତ କରାଯାଇଛି । Skoda Slaviaକୁ 2022ରେ ଭାରତରେ 'ସେଡାନ୍‌ ଅଫ୍‌ ଦି ଇଅର' ଟାଇଟଲ୍‌ ମିଳିଥିବା ବେଳେ 2023ରେ Acko ଡ୍ରାଇଭ ଆୱାର୍ଡରେ 'କାର୍‌ ଅଫ୍‌ ଦି ଇଅର 2023' ପୁରସ୍କାର ହାସଲ କରିଥିଲା ।

2030 ସୁଦ୍ଧା କମ୍ପାନୀର ଲକ୍ଷ୍ୟ

ସ୍କୋଡା ଅଟୋ ନିଜର ଚାକନ ଓ ଛତ୍ରପତି ସମ୍ଭାଜୀନଗର ପ୍ଲାଣ୍ଟକୁ କାର୍ବନ ନ୍ୟୁଟ୍ରାଲ କରିବାକୁ ଯୋଜନା କରୁଛି । ଛତ୍ରପତି ସମ୍ଭାଜିନଗର ପ୍ଲାଣ୍ଟ ପୂର୍ବରୁ ହିଁ ସବୁଜ ଇନ୍ଧନ ଉପରେ କାମ କରୁଛି । ସେପଟେ ଚାକନ ପ୍ଲାଣ୍ଟ 2030 ସୁଦ୍ଧା କାର୍ବନ ନ୍ୟୁଟ୍ରାଲ ହାସଲ କରିବ । ଏହାବ୍ୟତୀତ କମ୍ପାନୀ ଚାକନ ପ୍ଲାଣ୍ଟରେ ଫୋଟୋବେଲ୍ଟିକ ସିଷ୍ଟମର ବିସ୍ତାର କରିବ, ଯାହାକି ବାର୍ଷିକ 26.6 ଗିଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ।

ଏହା ବି ପଢନ୍ତୁ

Ola ଲଞ୍ଚ କଲା S1 ଇଲେକଟ୍ରିକ ସ୍କୁଟରର ତୃତୀୟ ପିଢି; ଦମଦାର ଫିଚର ଭରପୂର

ଲଞ୍ଚର 1ବର୍ଷ ପରେ ଆରମ୍ଭ ହେଲା TVS X ଇଲେକଟ୍ରିକ୍‌ ସ୍କୁଟର ଡେଲିଭରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.