ETV Bharat / bharat

ଅର୍ଥନୈତିକ ସର୍ଭେ ରିପୋର୍ଟ: 2025-26 GDP ଅଭିବୃଦ୍ଧି ହାର 6.3-6.8% ରହିବା ଅନୁମାନ - ECONOMIC SURVEY 2025

ବଜେଟ ଆସିବା ପୂର୍ବରୁ ଆଜି ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାଣନ୍ତୁ କେତେ ରହିବ 2025-26 ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର

ECONOMIC SURVEY 2025
ECONOMIC SURVEY 2025 (Finance Minister Nirmala Sitharaman (ETV Bharat/SansadTV))
author img

By ETV Bharat Odisha Team

Published : Jan 31, 2025, 7:37 PM IST

Updated : Jan 31, 2025, 7:59 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଆଗତ ହେବ ବଜେଟ । ଏହା ପୂର୍ବରୁ ଆଜି ଉପସ୍ଥାପିତ ହୋଇଛି 2024-25 ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25ରେ ଦେଶର ଆଗାମୀ ଦିନରେ ଆର୍ଥିକ ପ୍ରଗତିର ଝଲକ୍ ସାମ୍ନାକୁ ଆସିଛି । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଡିପି ଅଭିବୃଦ୍ଧି ହାର ଆର୍ଥିକ ବର୍ଷ 2025-26 ରେ 6.3ରୁ 6.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ପ୍ରଗତି ହାର 4 ବର୍ଷର ସବୁଠୁ କମ ହାରରେ 6.4 ପ୍ରତିଶତ ମଧ୍ୟରେ ରହିବା ନେଇ ଅନୁମାନ କରାଯାଇଛି । ଗତ ୪ ବର୍ଷରେ ସବୁଠୁ କମ୍ ବିକାଶ ଆଶଙ୍କା କରାଯାଉଛି । ସେହିପରି ଗତ ବର୍ଷ ୨୨ ଜୁଲାଇ ୨୦୨୪ ଆର୍ଥିକ ସର୍ଭେରେ 6.5% ରୁ 7 % ମଧ୍ୟରେ ଜିଡିପି ଆର୍ଥିକ ଅବିବୃଦ୍ଧି ରହିବା ନେଇ ଅନୁମାନ କରାଯାଇଥିଲା ।

ଏହା ବି ପଢନ୍ତୁ- ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ' ଗରିବ-କୃଷକଙ୍କ ବିକାଶ ପାଇଁ ନିଆଯାଉଛି ପଦକ୍ଷେପ' - UNION BUDGET 2025

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପନ କରିଥିବା ୨୦୨୪-୨୫ ପାଇଁ ଦେଶର ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ରେ ଜିଡିପି ବା ଅଭିବୃଦ୍ଧି ହାର ୬.୩ରୁ ୬.୮% ମଧ୍ୟରେ ରହିବା ଅନୁମାନ କରାଯାଇଛି ।

ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ପ୍ରଭାବ ପକାଇଛି ବୈଶ୍ବିକ ରାଜନୈତିକ ଏବଂ ଅନ୍ୟାନ୍ୟ ଚ୍ୟାଲେଞ୍ଜ । ଏହି ସର୍ଭେରେ ରପ୍ତାନି ହ୍ରାସ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସର୍ଭେରେ ଶିଳ୍ପ ଗୁଡିକର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ଅର୍ଥନୈତିକ ସର୍ଭେ 2024-25 ହାଇଲାଇଟ୍ସ-

1- ଆର୍ଥିକ ବର୍ଷ 2025-2026ରେ ଆର୍ଥିକ ଅଭିବୃଦ୍ଧି ହାର 6.3ରୁ 6.8 ପ୍ରତିଶତ ରହିବ ନେଇ ଆକଳନ

2-ଏହା ଆର୍ଥିକ ବର୍ଷ 2024-25ରେ 6.4 ପ୍ରତିଶତ ଆକଳନ ହୋଇଥିଲା

3-ବୈଶ୍ୱିକ ରାଜନୈତିକ ସଙ୍କଟ ଏବଂ ଆର୍ଥିକ ଅନିଶ୍ଚିତତା ପାଇଁ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି

4-ଆଗାମୀ ଦିନରେ ଦେଶରେ ପୁଞ୍ଜିନିବେଶ ବୃଦ୍ଧି ଆଶା କରାଯାଉଛି । ବାଣିଜ୍ୟ ଅନୁକୂଳ ବାତାବରଣ ଏବଂ ମୁଣ୍ଡପିଛା ଆୟରେ ବୃଦ୍ଧି ପାଇଁ ନିବେଶ ବୃଦ୍ଧି ହୋଇପାରେ

5- ତୃଣମୂଳସ୍ତରରେ ବିଶ୍ୱସ୍ତରୀୟ ଭିତ୍ତିପ୍ରସ୍ଥରରେ ନିର୍ମାଣ ଦ୍ୱାରା ଭାରତ ବିଶ୍ୱିକ ସ୍ତରରେ ନିବେଶ ପାଇଁ ପ୍ରତିଯୋଗିତା କରିପାରିବ

6-ବୈଦେଶିକ ମୁଦ୍ରା ଭଣ୍ଡାର ଆମେରିକୀୟ ଡଲାର 640.3 ବିଲିୟନରେ ପହଞ୍ଚିଛି । ଯାହା 10.9 ମାସର ଆମଦାନୀ ପାଇଁ ପର୍ଯ୍ୟାପ୍ତ

7- ରାଜ୍ୟସ୍ତରରେ ବାଣିଜ୍ୟ ଅନୁକୂଳ ବାତାବରଣ 2.0 ରେ ଯେପରି ଅଧିକରୁ ଅଧିକ ବାଣିଜ୍ୟ ପାଇଁ ସୁବିଧା ସୁଯୋଗ ମିଳିପାରିବ ଏବଂ ତୃଣମୂଳସ୍ତରରେ କିପରି ବାଣିଜ୍ୟ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ ସେ ଉପରେ ଫୋକସ କରିବାରୁ ରିପୋର୍ଟରେ ଦର୍ଶାଯାଇଛି

8-ଭାରତରୁ କିପରି ଅଧିକରୁ ଅଧିକ ସାମଗ୍ରୀ ରତ୍ପାନୀ ହେବ ଏବଂ ଅଧିକରୁ ଅଧିକ ନିବେଶ ଆସିବ ସେ ଦିଗରେ ଦୁଇ ଗୁଣା କାମ କରିବାକୁ ରିପୋର୍ଟରେ ଦର୍ଶାଯାଇଛି

9-ଉଚ୍ଚ ଅଭିବୃଦ୍ଧି ପାଇଁ ଆଗାମୀ 20 ବର୍ଷ ପର୍ଯ୍ୟନ୍ତ ଅଧିକରୁ ଅଧିକ ଅର୍ଥାତ ବଜେଟର ସିଂହଭାଗ ଭିତ୍ତିପ୍ରସ୍ଥରରେ ବିନିଯୋଗ ହେବା ଜରୁରୀ ବୋଲି ରିପୋର୍ଟରେ ଦର୍ଶା ଯାଇଛି

10- କିଛି ରାଜ୍ୟ ଯଥା- ଗୁଜୁରାଟ, ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ଶିଳ୍ପ କ୍ଷେତ୍ରରେ ଲୋକଙ୍କ ରୋଜଗାର ପାଇଁ ବିଶେଷ ଭାବେ ସୁବ୍ୟବସ୍ଥା ହୋଇପାରିଛି ଯାହା ଅନ୍ୟ ରାଜ୍ୟମାନଙ୍କରେ ଏଯାଏଁ ହୋଇନାହିଁ

11-ଦେଶର କର୍ପୋରେଟ କ୍ଷେତ୍ର ଅଧିକରୁ ଅଧିକ ସାମାଜିକ ଦାୟିତ୍ୱବୋଧ ଗ୍ରହଣ କରିବା ଉଚିତ

12-2047 ସୁଦ୍ଧା ଭାରତକୁ ବିକଶିତ ଦେଶ ଭାବେ ଠିଆ ହେବାକୁ ହେଲେ ଆଗାମୀ ଦୁଇ ଦଶନ୍ଧି ପାଇଁ ଦେଶର ଅଭିବୃଦ୍ଧି ହାର 8 ପ୍ରତିଶତ ରହିବା ଆବଶ୍ୟକ

13- ଦେଶରେ ଆବଶ୍ୟକୀୟ ଅଭିବୃଦ୍ଧି ପାଇଁ ନିବେଶ 35 ପ୍ରତିଶତ ହେବା ଆବଶ୍ୟକ । ଯାହା ବର୍ତ୍ତମାନ 31 ପ୍ରତିଶତ ରହିଛି 14-ଆଗାମୀ ଦିନରେ ଏଆଇ, ରୋବୋଟିକ୍ସ ଏବଂ ବାଓଟେକ୍ନୋଲୋଜି ଭଳି ଏମର୍ଜିଂ ସେକ୍ଟରରେ ଅଧିକରୁ ଅଧିକ ନିବେଶ ହେବା ଆବଶ୍ୟକ

ଏହା ମଧ୍ୟ ପଢନ୍ତୁ:

ରେଳବାଇ ବଜେଟକୁ ଓଡ଼ିଶାର ଅପେକ୍ଷା: ବଢ଼ିବ କି ଆବଣ୍ଟନ ରାଶି, ମିଳିବ କି ନୂଆ ରେଳ ପ୍ରକଳ୍ପ ?

କେନ୍ଦ୍ର ବଜେଟରୁ କ’ଣ ରହିଛି ଓଡ଼ିଶାର ଆଶା, ପ୍ରାକ-ବଜେଟ୍‌ ସମ୍ମିଳନୀରେ କଣ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ?

Last Updated : Jan 31, 2025, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.